ଭାଟପଡା ପଞ୍ଚାୟତରେ ବିକାଶ ମଞ୍ଚର ଆକର୍ଷିତ ପ୍ରଚାର ଅଭିଯାନ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ସାରା ରାଜ୍ୟରେ ଏବେ ନିର୍ବାଚନୀ ଉଷ୍ଣତା । କିଏ ଜିତିବ କିଏ ହରିବ ଏ ନେଇ ସବୁଠି ଚାଲିଛି ଅଙ୍କ କଷା । କୋଭିଡ଼ କଟକଣା କୋହଳ ହେବା ପରେ ପାର୍ଥି ମାନେ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ସେହିପରି ଚାନ୍ଦବାଲି ବ୍ଳକର ଭାଟପଡ଼ା ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ଭାଟପଡ଼ା ବିକାଶ ମଞ୍ଚ ସମର୍ଥିତ ସରପଞ୍ଚ ପାର୍ଥିନି ଗୀତିକା ରାଉଳ ଙ୍କ ସହ ସମିତିସଭ୍ୟ ପାର୍ଥି ନବକିଶୋର ସେଠି ।

ସମର୍ଥକଙ୍କ ସହ ଭୋଟର ମାନଙ୍କୁ ଭେଟି ନିଜର ଚିହ୍ନ ସହ ପଞ୍ଚାୟତର ଉନ୍ନତି ତଥା ଦୁର୍ନୀତି ମୁକ୍ତ କରିବା ପାଇଁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଭାଟପଡ଼ା ବିକାଶ ମଞ୍ଚର ସରପଞ୍ଚ ପାର୍ଥିନି ଶ୍ରୀମତୀ ଗୀତିକା ରାଉଳ ଙ୍କୁ ମାଛ ଚିହ୍ନ ଏବଂ ସମିତିସଭ୍ୟ ପାର୍ଥି ନବକିଶୋର ସେଠିଙ୍କୁ ଷ୍ଟୁଲ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି ଭାଟପଡ଼ା ବିକାଶ ମଞ୍ଚର କର୍ମୀ ମାନେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଥର ପୌରାଞ୍ଚଳ ନିର୍ବାଚନ ପାଇଁ ନିର୍ବାଚନୀ ଖର୍ଚ୍ଚ ପରିମାଣ ବୃଦ୍ଧି....

Tue Feb 8 , 2022
ମନୋଜ ମହାନ୍ତି(ଭୁବନେଶ୍ୱର):୦୮।୦୨- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମାହାଲର ଉସ୍ମତା ବଢ଼ୁଥିବା ବେଳେ,ଖୁବ ଶୀଘ୍ର ବାଜିବ ପୌର ନିର୍ବାଚନର ବେଗୁଲ ।ତେବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି । ଏଥର ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ । NAC, ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ କେତେ କରିପାରିବେ ନିର୍ବାଚନୀ ଖର୍ଚ୍ଚ ତାହା ସ୍ପଷ୍ଠ ହୋଇଛି । […]

You May Like

Pin It on Pinterest