ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୯୭କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୧୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୬୪୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୪୫୦୨୬ଜଣ ସୁସ୍ଥ ହୋଇଛନ୍ତି । 

 ଆଜି(ବୁଧବାର) ଅପରାହ୍‌ଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଅପରାହ୍‌ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।ଅପରାହ୍‌ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରି ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ହେବ ।

 ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି । ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୨୭ ଥିଲା ।ଏହି ସଂଖ୍ୟାକୁ ୨୫ ପ୍ରତିଶତ ବୃଦ୍ଧି କରିବା ପାଇଁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିଶ କରିଥିଲେ ।

ଚଳିତ ମାସ ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିଦିନ ରାତିରେ ରାଜଭବନରେ ରହିବେ। ୨୦ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀ‌ରେ ଗୌଡ଼ୀୟ ଧର୍ମାବଲମ୍ବୀଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ଗୌଡ଼ୀୟ ମଠ ଓ ମିସନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲା ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ‌କୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଶରଧାବାଲିଠାରେ ଆୟୋଜନ ହେବ।

  ଆଜି(ବୁଧବାର) ରାଜ୍ୟରେ ପାଗ ପ୍ରାୟତ ଶୁଖିଲା ରହିବ । କିନ୍ତୁ ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୧୦ ଓ ୧୧ ତାରିଖରେ ବର୍ଷା ସମ୍ଭାବନା ରହିଛି ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୧,୩୬୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୨୧୭ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୪,୧୦,୯୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୨୧୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୦୫,୨୭୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୭୨,୨୧୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୧୦,୧୨,୮୬୯। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮,୯୨,୮୨୮।

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ । ଗୁଜରାଟର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ନ ୧ଟା ୩୦ରେ ଏହି ମୁକାବିଲା ହେବ । ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ବିଜୟୀ ହୋଇଛି । ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଥିବା ଘରୋଇ ଦଳ ଆଜିର ମ୍ୟାଚ ଜିତି ୨-୦ରେ ବଢ଼ିବା ପାଇଁ ଉଦ୍ୟମ କରିବ ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ମୋଟ ୪୦ କୋଟି ୨ ଲକ୍ଷ ୬୭ ହଜାର ୧୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୨ କୋଟି ୨ ଲକ୍ଷ ୯୭ ହଜାର ୬୩୧ ଜଣ ସୁସ୍ଥ ହୋଇଥିଲା ବେଳେ ୫୭ ଲକ୍ଷ ୮୦ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି ।

 ଓସ୍କାର ୨୦୨୨ର ମନୋନୀତ ତାଲିକା ପ୍ରକାଶ ପାଇଛି । ଏଥର ଭାରତର ଏକ ଡକ୍ୟୁମେଣ୍ଟାରି ଫିଲ୍ମକୁ ମନୋନୀତ କରାଯାଇଛି । ଓସ୍କାରର ଫାଇନାଲ ତାଲିକାରେ ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ୱିଥ ଫାୟାର’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ବର୍ଗରେ ମନୋନୀତ କରାଯାଇଛି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶନିଙ୍କ ସାଡେସାତି ଏହି ଲୋକଙ୍କ ଉପରେ ଆରମ୍ଭ ହେବାକୁ ଯାଉଛି, ୫ ଟି ରାଶିର ଲୋକମାନେ ସତର୍କ ହୁଅନ୍ତୁ...

Wed Feb 9 , 2022
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ, ଯେ କୌଣସି ଗ୍ରହର ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶି ଉପରେ ପ୍ରଭାବ ପକାଇଥାଏ | ୨୦୨୨ ମସିହାରେ, ଶନିଙ୍କର ମଧ୍ୟ ରାଶି ପରିବର୍ତନ ହେବ | ନ୍ୟାୟ ଏବଂ କର୍ମର ଦେବତା ଶନି ଙ୍କ ରାଶି ପରିବର୍ତ୍ତନ ସହିତ, ଶନିଙ୍କର ସାଡେସାତି କିଛି ରାଶିର ଏବଂ ଶାନି ଧାୟା କିଛି ରାଶି ଉପରେ ଆରମ୍ଭ ହେବ | କେଉଁ ରାଶିରୁ ଶନିଙ୍କ ସାଡେସାତି […]

You May Like

Pin It on Pinterest