
ଜି.ଉଦୟଗିରି: ୧୦।୨- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ, କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା। କେ.ନୂଆଗାଁ ସ୍ଥିତ କାର୍ଯ୍ୟାଳୟ, କେ.ନୂଆଗାଁ ସ୍ଥିତ ସରକାରୀ କ୍ବାର୍ଟର, ଭଞ୍ଜନଗର ସ୍ଥିତ ଘର, ଭଞ୍ଜନଗର ଦାଦରଲୁଣ୍ଡା ସ୍ଥିତ ଫାର୍ମ ହାଉସ, ବୌଦ୍ଧ ଭୂତପାଲି ସ୍ଥିତ ଘର, ଗଞ୍ଜାମ ସ୍ଥିତ ଘରେ ମଧ୍ୟଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
ସୂଚନା ଅନୁସାରେ ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ହେଲେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।