ଚାନ୍ଦବାଲି ବ୍ଲକରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ…

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):୧୦/୨- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ନିର୍ବାଚନ ପୂର୍ବରୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ । ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ତୋଟାପଡା ଗ୍ରାମରେ ଘଟିଛି ଏପରି ପରିସ୍ଥିତି ।ଆଜି ସନ୍ଧ୍ୟା ୬ଟା ସମୟରେ ତୋଟାପଡା ଗ୍ରାମରେ ଦେବେନ୍ଦ୍ର ଦାସ ନାମକ ଯୁବକ ଘରେ ସୋଇଥିବା ବେଳେ ସେହି ଗ୍ରାମର କିଛି ରାଜନୈତିକ କର୍ମୀମାନେ ମିଶି ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣର ଶିକାର ହୋଇଥିବା ଦେବେନ୍ଦ୍ର ଦାସ ଏବଂ ତାଙ୍କ ମା ନ୍ୟାୟ ଦାବି କରି ଘଣ୍ଟେଶ୍ୱର ଫାଣ୍ଡିରେ ବସିରହିଥିବା ବେଳେ, ବଂଶଡା ଥାନା ଅଧିକାରୀ ମହମ୍ମଦ ହାପିଜ ପହଞ୍ଚି ସମ୍ପୂର୍ଣ୍ଣ ବିଷୟରେ ଅବଗତ ହୋଇଥିଲେ ।ଏନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଏତଲା ମଧ୍ୟ ହେଇଛି। ଥାନାଧିକାରୀ ଆହତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଖବର ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେବୃଆରୀ ୧୪ ରୁ ଖୋଲିବ ସ୍କୁଲ ହେଲେ ପାଠପଢ଼ା ୨୮ ରୁ...

Thu Feb 10 , 2022
ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୦/୦୨- ଫେବୃଆରୀ ୧୪ ରୁ ଖୋଲିବ ସ୍କୁଲ ହେଲେ ବିନା ଛାତ୍ରଛାତ୍ରୀରେ । ୨୮ ଫେବୃଆରୀ ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । କିନ୍ତୁ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କ ପାଇଁ ୧୪ ତାରିଖରୁ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ବର୍ତ୍ତମାନ ଏଥି​‌ରେ କରାଯାଇଛି ପରିବର୍ତ୍ତନ […]

You May Like

Pin It on Pinterest