
ବାସ୍ତବବ୍ୟୁରୋ(ଭୁବନେଶ୍ବର): ୧୦/୦୨- ଫେବୃଆରୀ ୧୪ ରୁ ଖୋଲିବ ସ୍କୁଲ ହେଲେ ବିନା ଛାତ୍ରଛାତ୍ରୀରେ । ୨୮ ଫେବୃଆରୀ ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । କିନ୍ତୁ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କ ପାଇଁ ୧୪ ତାରିଖରୁ ସ୍କୁଲ ଆସିବେ । ପୂର୍ବରୁ ଫେବୃଆରୀ ୧୪ ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ବର୍ତ୍ତମାନ ଏଥିରେ କରାଯାଇଛି ପରିବର୍ତ୍ତନ ।
ରାଜ୍ୟରେ କରୋନା ସଂକ୍ରମଣର ପାରଦ କ୍ରମେ ତଳମୁହାଁ ହେଉଥିବାରୁ, ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲେ । ଫେବୃଆରୀ ୭ ତାରିଖରୁ ଅଷ୍ଟମରୁ ୧୦ମ ଏବଂ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ପ୍ରଥମେ ଘୋଷଣା ହୋଇଥିଲା । ତେବେ ଅଷ୍ଟମରୁ ୧୦ ଶ୍ରେଣୀ ସ୍କୁଲ ଧାର୍ଯ୍ୟ ତାରିଖରେ ଖୋଲିଥିବା ବେଳେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବା ତାରିଖକୁ ପରିବର୍ତ୍ତନ କରାଯାଇଛି । ୧୪ରୁ ସ୍କୁଲ ଖୋଲିବ କିନ୍ତୁ କେବଳ ଶିକ୍ଷମ ଏବଂ କର୍ମଚାରୀମାନଙ୍କ ପାଇଁ ।ହେଲେ ୨୮ଫେବୃଆରୀ ଛାତ୍ରଛାତ୍ରୀମାନଙ୍କ ଆରମ୍ଭ ହେବ ପାଠ ପଢା ।


