ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୭୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୪୫୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୪୨୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୧୪୩୧ଜଣ ସୁସ୍ଥ ହୋଇଛନ୍ତି ।

ଆଜି(ଶୁକ୍ରବାର) ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଆସନ୍ତା ତିନି ଦିନ ଶୀତ ବଢିବ ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ (ଆଇଏଲଏସ୍‌)ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି । ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୁନା ସଂଗ୍ରହ କରାଯାଇଥିଲା। ଆଇଏଲ୍ଏସ୍ ପକ୍ଷରୁ ଏହି ସବୁ ନମୁନାର ଜିନମ୍ ସିକ୍ୱେନ୍ସିଂ କରାଯାଇଥିଲା। ସେଥିମଧ୍ୟରୁ ୬ଟି ନମୁନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲା।

 କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ ହୋଇ ରହିବ ନାହିଁ । ଓମିକ୍ରନ ଭ୍ୟାରିଆଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ କେଶ କମୁଛି, ସେପରି ଆମ ରାଜ୍ୟରେ କେଶ କମିବ ବୋଲି ଆଶା ରହିଛି : ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮୦୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୬ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୯୭୮୦୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୨ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୦୭୧୭୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।   

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶାହଜହାଁପୁର ଓ ବରେଲିରେ ଭାରତୀୟ ଜନତା ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବେ । 

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍ ଖେଳାଯିବ । ଗୁଜରାଟର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ନ ସାଢ଼େ ୧ଟାରେ ଏହି ମ୍ୟାଚ୍ ଖେଳାଯିବ । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ମୋଟ ୪୦ କୋଟି ୬୦ ଲକ୍ଷ ୪୯ ହଜାର ୭୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୨ କୋଟି ୫୮ ଲକ୍ଷ ୭୯ ହଜାର ୧୩୧ ଜଣ ସୁସ୍ଥ ହୋଇଥିଲା ବେଳେ ୫୮ ଲକ୍ଷ ୭ ହଜାର ୧୪୭ ଜଣଙ୍କର ମୃତ୍ୟୁ ହୋଇଛି । 

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ । ସୀମାରେ ବ୍ୟାପକ ଭାବେ ସେନା ମୁତୟନ ହୋଇଛନ୍ତି । ରୁଷିଆ ତରଫରୁ ଲକ୍ଷାଧିକ ସୈନିକ ସୀମାରେ ମୁତୟନ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚିନ୍ତା ପ୍ରକଟ କରିଛନ୍ତି ଯେ, ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ । ତେଣୁ ଆମେରିକୀୟ ମାନେ ନିଜ ଦେଶକୁ ଫେରିଆସିବାକୁ ସେ ଅପିଲ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁନ ଟିଭିର“ଲଭ ଫିବର”ର ପୋଷ୍ଟର ରିଲିଜ୍...

Sat Feb 12 , 2022
ମନୋଜ ମହାନ୍ତି(ଭୁବନେଶ୍ୱର): ୧୨/୦୨ -ଓଲିଉଡକୁ କରୋନା ଡର ଗ୍ରାସ କରିଥିବାବେଳେ, ମୁନ ଟିଭି ବିଛାଇ ଚାଲିଛି ଜହ୍ନର ଶୀତଲତା । କରିଚାଲିଛି ରେକର୍ଡ ପରେ ରେକର୍ଡ,କିଛିଦିନ ପୂର୍ବରୁ ଏକାଥରେ ୨୦ଟି ଓଡ଼ିଆ ସିନେମାର ମେଘା ପ୍ରୋଜେକ୍ଟ ର ଘୋଷଣାକାରୀ ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କୁ ଚମକାଇଥିଲା । ଏହି ପର୍ଯାୟରେ ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି […]

You May Like

Pin It on Pinterest