ମୁନ ଟିଭିର“ଲଭ ଫିବର”ର ପୋଷ୍ଟର ରିଲିଜ୍…

ମନୋଜ ମହାନ୍ତି(ଭୁବନେଶ୍ୱର): ୧୨/୦୨ -ଓଲିଉଡକୁ କରୋନା ଡର ଗ୍ରାସ କରିଥିବାବେଳେ, ମୁନ ଟିଭି ବିଛାଇ ଚାଲିଛି ଜହ୍ନର ଶୀତଲତା । କରିଚାଲିଛି ରେକର୍ଡ ପରେ ରେକର୍ଡ,କିଛିଦିନ ପୂର୍ବରୁ ଏକାଥରେ ୨୦ଟି ଓଡ଼ିଆ ସିନେମାର ମେଘା ପ୍ରୋଜେକ୍ଟ ର ଘୋଷଣାକାରୀ ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କୁ ଚମକାଇଥିଲା । ଏହି ପର୍ଯାୟରେ ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵରରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍ ହୋଇଛି ।

” ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ କରିଛି । ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ଲଭ୍ ଫିଭର” ର ପୋଷ୍ଟର ରିଲିଜ୍ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ରାଜବୀର, ବନ୍ଦନା ପରମାଣିକ, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ, ଅସୀତ ପତି, ପୁଷ୍ପା ପଣ୍ଡା, ସନ୍ତୋଷ ପଣ୍ଡା, ମୀନକେତନ ।

ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ ଜାନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପି କୁମାର । ପୋଷ୍ଟର ରିଲିଜ୍ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶୀ କୁମାର ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରମେଶ ବାରିକ, ପ୍ରଶାନ୍ତ ମାର୍ଥା, ପ୍ରସନ୍ନ ଦ୍ୱିବେଦୀ, ଡଃ ରଜନୀରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ଚଳଚ୍ଚିତ୍ରଟି ଆସନ୍ତା ହୋଲି ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆର ପାରିରେ ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ...

Sat Feb 12 , 2022
ନୂଆଦିଲ୍ଲୀ: ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଆଜି(ଶନିବାର) ଅପରାହ୍ଣ ୨ଟା ୩୦ରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି। ଶେଷ ନିଶ୍ୱାସ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ। ସେ ଦୃଦ୍‌ରୋଗରେ ବି ପୀଡ଼ିତ ଥିଲେ,କିଛିଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ମାସେ […]

You May Like

Pin It on Pinterest