
ନୂଆଦିଲ୍ଲୀ: ବଜାଜ୍ ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ଆଜି(ଶନିବାର) ଅପରାହ୍ଣ ୨ଟା ୩୦ରେ ସେ ଇହ ଲୀଳା ସମ୍ବରଣ କରିଛନ୍ତି। ଶେଷ ନିଶ୍ୱାସ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ।
ସେ ଦୃଦ୍ରୋଗରେ ବି ପୀଡ଼ିତ ଥିଲେ,କିଛିଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ମାସେ ହେଲା ଏକ ଘରୋଇ ହସ୍ପିଟାଲ୍ରେ ଚିକିଛିତ ହେଉଥିଲେ ।ରାହୁଲ ବଜାଜ୍ ୧୯୩୮ ମସିହା ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସେ ୪୦ ବର୍ଷ ଧରି ବଜାଜ୍ ଗ୍ରୁପ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଗତ ବର୍ଷ ଏପ୍ରିଲ୍ ମାସରେ ସେ ବଜାଜ୍ ଅଟୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ମୃତ୍ୟ ରେ ଦେଶର ବିଶିଷ୍ଠ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି ।



