ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୪୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୮୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୭୨୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୩୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୫୯୯୫ଜଣ ସୁସ୍ଥ ହୋଇଛନ୍ତି ।

ଆଉ ୩ ଦିନ ଭିତରେ ରାଜ୍ୟ ତାପମାତ୍ରା ୪ ଡିଗ୍ରି ଯାଏ ବୃଦ୍ଧି ପାଇବା ସହ ଶୀତ କମିବ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୮୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୮୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୬ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୩୭୦୪୫  ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୫ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୦୮୬୬୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

ହିଜାବ୍‌ ପିନ୍ଧୁଥିବା ଝିଅଟିଏ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ : ଅସଦୁଦ୍ଦୀନ୍‌ ଓୱେସୀ । ଆଜି ଟୁଇଟ୍‌ କରିଥିବା ଏକ ଭିଡିଓରେ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌’ର ମୁଖ୍ୟ ଓୱେସୀ କହିଛନ୍ତି ଯେ, ହିଜାବ୍‌ ପିନ୍ଧୁଥିବା ଝିଅମାନେ କଲେଜ୍‌ ଯିବେ, ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌, ଡାକ୍ତର, ବ୍ୟବସାୟୀ ଆଦି ହେବେ। ଭିଡିଓରେ ଶ୍ରୋତାମାନଙ୍କୁ ଉଦ୍‌ବୋଧନ ଦେଇ ଓୱେସୀ କହୁଛନ୍ତି, ଏସବୁ ଦେଖିବାକୁ ମୁଁ ବଞ୍ଚି ନ ଥିବି କିନ୍ତୁ, ମୋ କଥା ମନେରଖନ୍ତୁ। ଦିନେ ହିଜାବ୍‌ ପରିହିତା ଝିଅ ପ୍ରଧାନମନ୍ତ୍ରୀ ହେବେ।

ମଧ୍ୟ ପ୍ରଦେଶର କଟନି ଜିଲାର ନର୍ମଦା ଘାଟିରେ ପରିଯୋଜନାରେ ନିର୍ମାଣ କରାଯାଉଥିବା ଅଣ୍ଡର ଗ୍ରାଉଣ୍ଡ ଟନେଲ ଧସି ଯାଇଛି। ଫଳରେ ସେଠାରେ କାନ୍ଥ ଭୁସୁଡିବାରୁ କାମ କରୁଥିବା ଶ୍ରମିକମାନେ ଫସି ଯାଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ନିର୍ମାଣାଧିନ ଟନେଲ୍‌ର କାନ୍ଥ ଭୁସୁଡିବା ଫଳରେ ୯ ଶ୍ରମିକ ଫସି ଯାଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେଥି ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ୨ ଜଣଙ୍କ ଉଦ୍ଧାର କରିବାର କାର୍ଯ୍ୟ ଜାରି ରହିଛି ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ମୋଟ ୪୧ କୋଟି ୫ ଲକ୍ଷ ୫୨ ହଜାର ୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୩ କୋଟି ୬ ଲକ୍ଷ ୩୩ ହଜାର ୨୮୭ ଜଣ ସୁସ୍ଥ ହୋଇଥିଲା ବେଳେ ୫୮ ଲକ୍ଷ ୨୭ ହଜାର ୭୧୬ ଜଣଙ୍କର ମୃତ୍ୟୁ ହୋଇଛି । 

ଆଜି ବିଶ୍ଵ ରେଡ଼ିଓ ଦିବସ । ସ୍ପାନିଶ୍ ରେଡ଼ିଓ ଏକାଡେମୀର ପ୍ରସ୍ତାବ ଓ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରୀ ୧୩ତାରିଖକୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଉଛି ।

 ୟୁକ୍ରେନ୍‌କୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷ ଓ ଆମେରିକା। ବାରମ୍ବାର ବୁଝାଇବା ସତ୍ତ୍ୱେ ବି ନବୁଝିବାରୁ ଋଷକୁ କଡା ଚେତାବନୀ ଦେଇଛି ଆମେରିକା। ଶନିବାର ଦୀର୍ଘ ସମୟ ଧରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ କାଥାବାର୍ତ୍ତା ହୋଇଛି।ୟୁକ୍ରେନର ଆକ୍ରମଣକୁ ନେଇ ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନ୍‌ରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି। ୟୁକ୍ରେନ୍ ବିବାଦ ମଧ୍ୟରେ ବିଶ୍ୱର ଏହି ଦୁଇ ମହାଶକ୍ତି ସାମ୍ନାସାମ୍ନି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଋଷ ରାଷ୍ଟ୍ରପତି ପୁଟିନ୍‌ ବୁଝାଇବା ସହ ଚେତାଇ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ୍‌ ଉପରେ ଯଦି ଆକ୍ରମଣ କରାଯାଏ ତେବେ ‘ବ୍ୟାପକ ମାନବୀୟ କ୍ଷତି’ ଘଟିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଭର୍ତି...

Sun Feb 13 , 2022
.ନବୀନ ଦାସ(ବରଗଡ଼):ସ୍କୁଟି କୁ ଧକ୍କା ଦେଲା ବାଇକ୍ ,ବାଇକ୍ ଆରୋହୀ ସମେତ ବାଇକ୍ ରେ ବସିଥିବା ଜଣେ ବୃଦ୍ଧ ଗୁରୁତର ହୋଇ ପଡ଼ିଥିବା ଜଣା ପଡ଼ିଛି।ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟସ୍ଥ ସତୀ ଯୁରିଆ ନିକଟରେ ସମ୍ବଲପୁର – ବରଗଡ଼ ୱେ ୫୩ନଂ ଜାତୀୟ ରାଜପଥ ରେ ଗୋଡଭଗା ପଟୁ ଆସୁଥିବା ସ୍କୁଟି ଗାଡ଼ି ନଂ ଓଡ଼ି ୧୭ଏସ୍କ ୨୨୯୮ କୁ ବାଇକ୍ ଗାଡି ନଂ […]

You May Like

Pin It on Pinterest