ଯାତ୍ରୀ ହନ୍ତସନ୍ତ…ଆଜି ବି ଟ୍ରେନ୍ ବାତିଲ,ସବୁଠି ନାଗରିକତା ସଂଶୋଧନ ଆଇନ୍ କୁ ବିରୋଧ

ଭୁବନେଶ୍ବର (ବାସ୍ତବ ବ୍ୟୁରୋ): ଦକ୍ଷିଣ ପୂର୍ବାଞ୍ଚଳ ରେଳପଥର ହାଓଡ଼ା-ଖଡ଼ଗପୁର ସେକ୍ସନର ବିଭିନ୍ନ ରେଳ ଷ୍ଟେସନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଛାଡ଼ିବାକୁ ଥିବା ଓ ଓଡ଼ିଶା ମଧ୍ୟ ଦେଇ ଯିବା ଆସିବା କରୁଥିବା କିଛି ଟ୍ରେନ୍ ଆଜି ବି ବାତିଲ୍‌ କରାଯାଇଛି। ହାଓଡ଼ାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍‌, ହାଓଡ଼ା‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ହାଓଡ଼ା-ଯଶବନ୍ତପୁର ଏକ୍ସ‌େପ୍ରେସ୍‌, ହାଓଡ଼ା-ଚେନ୍ନାଇ ‌ମେଲ୍‌ ଏକ୍ସପ୍ରେସ୍‌, ହାଓଡ଼ା‌-ସିକନ୍ଦରାବାଦ ଫଲକନାମା ‌ଏକ୍ସପ୍ରେସ୍‌ ଆଜି ବାତିଲ୍‌ ହୋଇଛି। ୧୭ ତାରିଖରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-କାମାକ୍ଷା ଏକ୍ସପ୍ରେସ୍‌କୁ ବି ବାତିଲ୍‌ କରାଯାଇଛି।

ସେହିପରି ଗତ ୧୬ରୁ ୧୯ ତାରିଖ ମଧ୍ୟରେ ଆହୁରି ୧୨ଟି ଟ୍ରେନ୍‌କୁ ବି ବାତିଲ୍‌ କରାଯାଇଛି। ୧୬ ତାରିଖ ପାଇଁ ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍‌, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍‌, ଚେନ୍ନାଇ-ପୁରୀ ସ୍ପେସାଲ, ମହୀଶୁର-ହାଓଡ଼ା ଏକ୍ସପ୍ରେସ୍‌, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍‌, ୧୭ ତାରିଖ ପାଇଁ ଏର୍ଣ୍ଣାକୁଲମ-ହାଓଡ଼ା ଏକ୍ସପ୍ରେସ୍‌, ଗୌହାଟି-ବାଙ୍ଗାଲୋର କାଣ୍ଟନ୍‌ମେଣ୍ଟ ଏକ୍ସପ୍ରେସ୍‌, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟନ୍‌ମେଣ୍ଟ ଏକ୍ସପ୍ରେସ୍‌, ତ୍ରି‌ଭେନ୍ଦ୍ରମ-ସିଲଚାର ଏକ୍ସପ୍ରେସ୍‌, ୧୮ ତାରିଖ ଲାଗି ଭାଗଲପୁର-ଯଶବନ୍ତପୁର ଏକ୍ସପ୍ରେସ୍‌, ୧୯ ତାରିଖ ପାଇଁ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍‌, ତାମ୍ବାରାମ-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ବାତିଲ୍‌ ହୋଇଛି। ସେହିପରି ଦୁଇଟି ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଛି। ଚେନ୍ନାଇ-ଗୌହାଟି ଏକ୍ସପ୍ରେସ୍‌କୁ ମାଲଦା ଟାଉନ୍‌ରୁ ଗୌହାଟି ପର୍ଯ୍ୟନ୍ତ ଆଂଶିକ ବାତିଲ୍‌ କରାଯାଇଥିବା ବେଳେ ତ୍ରିବେନ୍ଦ୍ରମ୍‌-ସିଲଚାର ଏକ୍ସପ୍ରେସ୍‌କୁ ହାଓଡ଼ାରୁ ସିଲଚାର ପର୍ଯ୍ୟନ୍ତ ବାତିଲ୍‌ କରାଯାଇଅଛି। ହେଲେ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି କି ହାଓଡ଼ାରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Dec 18 , 2019
୧-ଦେଶଦ୍ରୋହୀ ମୁଶାରଫ! କାରଗିଲ୍ ଯୁଦ୍ଧ କରିଥିବା ମୁଶାରଫଙ୍କୁ ନିଜ ଦେଶ ପାକିସ୍ତାନରେ ଦେଶଦ୍ରୋହ ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ। ୨-ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ରାଜସ୍ୱ ସେବା ନିୟମ ୧୯୮୩ର ପ୍ରସ୍ତାବିତ ସଂଶୋଧନ ଗୃହୀତ। ୩-ଓଡ଼ିଶା ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀରେ ରହିବ। ୪-OSSC ଜରିଆରେ ହେବ RI, ARI, ଅମିନ ନିଯୁକ୍ତି, ଓଡିଶା କୃଷି ନୀତିକୁ ମଞ୍ଜୁରୀ। ୫-ଚାନ୍ଦିପୁରରେ ସୁପରସୋନିକ୍ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର […]

You May Like

Pin It on Pinterest