
.ନବୀନ ଦାସ(ବରଗଡ଼):ସ୍କୁଟି କୁ ଧକ୍କା ଦେଲା ବାଇକ୍ ,ବାଇକ୍ ଆରୋହୀ ସମେତ ବାଇକ୍ ରେ ବସିଥିବା ଜଣେ ବୃଦ୍ଧ ଗୁରୁତର ହୋଇ ପଡ଼ିଥିବା ଜଣା ପଡ଼ିଛି।ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟସ୍ଥ ସତୀ ଯୁରିଆ ନିକଟରେ ସମ୍ବଲପୁର – ବରଗଡ଼ ୱେ ୫୩ନଂ ଜାତୀୟ ରାଜପଥ ରେ ଗୋଡଭଗା ପଟୁ ଆସୁଥିବା ସ୍କୁଟି ଗାଡ଼ି ନଂ ଓଡ଼ି ୧୭ଏସ୍କ ୨୨୯୮ କୁ ବାଇକ୍ ଗାଡି ନଂ ଓଡ଼ି ୧୭ପି ୬୮୨୬ ପଛ ପଟୁ ଧକ୍କା ଦେବା ଫଳରେ ରାଜରାସ୍ତା ଉପରେ ସ୍କୁଟି ଆରୋହୀ ସମେତ ଡିଲସ୍କ ଆରୋହୀ ଦୁଇ ଜଣ ଛିଟିକି ପଡ଼ିଥିବା ବେଳେ ସ୍କୁଟି ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଛିଟିକି ପଡ଼ିଥିବା ବାଇକ୍ ଆରୋହୀ ଦୁଇଜଣ ଗୁରୁତର ହୋଇ ପଡିଥିଲେ।ଏନେଇ ସ୍ଥାନୀୟ ତଥା ଯିବା ଆସିବା ଲୋକଙ୍କ ସହାୟତା ରେ ପୋଲିସ କୁ ଖବର ଦେଇ ଗୁରୁତର ବାଇକ୍ ଆରୋହୀ ଦୁଇ ଜଣ ଙ୍କୁ ଏବୁଲେନ୍ସ ଯୋଗେ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ପଠାଇ ଦିଆଯାଇଥିବାବେଳେ ଗୋଡଭଗା ଫାଣ୍ଡି ପୋଲିସ ଓ ଅତାବିରା ପୋଲିସ ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡ଼ି ଜବତ କରି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।