ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର,ଶୁଭ୍ରାଂଶୁ ସେନାପତି ଆଇପିଏଲ୍ ରେ ମହେନ୍ଦ୍ର ସିଂ ଧୋନିଙ୍କ ଟିମରେ ଖେଳିବେ…

ମନୋଜ ମହାନ୍ତି(ଭୁବନେଶ୍ୱର): ଆଇପିଏଲ୍ ନିଲାମ, ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଣିଛି ଖୁସି ଖବର। ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି।ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଆଇପିଏଲରେ ଖେଳିବେ ଶୁଭ୍ରାଂଶୁ ।

ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି। ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

ଆଇପିଏଲ୍ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା। ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି।

୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶେଷ ହେଲା ଆଇପିଏଲ ଅକ୍ସନ, କେଉଁ ଖେଳାଳି ଙ୍କ ଦାମ୍ କେତେ ....

Mon Feb 14 , 2022
ମନୋଜ ମହାନ୍ତି(ଭୁବନେଶ୍ୱର): ମୁମ୍ବାଇ ଇଣ୍ଡିଆନ୍ସ:- ରୋହିତ ଶର୍ମା (୧୬କୋଟି)ଙ୍କ ପଛକୁ ଅଛନ୍ତି ଇଶାନ କିଷନ : ୧୫ କୋଟି ୨୫ ଲକ୍ଷ, ଡିୱଲର୍ଡ ବ୍ରେଭିସ : ୨କୋଟି ୬୦ ଲକ୍ଷ, ବେସିଲ ଥମ୍ପି : ୩୦ ଲକ୍ଷ, ମୁର୍ଗାନ ଅଶ୍ୱିନ : ୧ କୋଟି ୬୦ ଲକ୍ଷ, ଜୟଦେବ ଉନାଦକତ : ୧ କୋଟି ୩୦ ଲକ୍ଷ, ମୟଙ୍କ ମାର୍କଣ୍ଡେୟ :୬୫ ଲକ୍ଷ, ଏନ୍ ତିଲକ : ୧ କୋଟି […]

You May Like

Pin It on Pinterest