ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନ୍ ରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ପ୍ରଚାର ଯୁଦ୍ଧ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୨- ଯେତିକି ପଖେଇ ଆସୁଛି ପ୍ରଚାର ସେତିକି ଜମୁଛି । ଚାନ୍ଦବାଲି ବ୍ଳକର ବିଜୁଜନତା ଦଳର ପ୍ରଚାରର ମଙ୍ଗ ବିଧାୟକ ବ୍ୟାମକେଶ ରାୟ ଧରିଥିବା ବେଳେ ବିଜେପିର ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇଛନ୍ତି । ୩ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେ଼ଇ ହେଉଛି ।

ବିଜୁଜନତା ଦଳ ସମର୍ଥିତ ପାର୍ଥିନି ଗୀତାଞ୍ଜଳି ଦାସ ପ୍ରତି ପଞ୍ଚାୟତ ବୁଲି ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବୁଝାଇବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବିଧାୟକ ଡ଼ଃ ବ୍ୟାମକେଶ ରାୟଙ୍କ ବିକାଶ ମୂଳକ କାର୍ଯ୍ୟଧାରାକୁ ଜାରି ରଖିବା ପାଇଁ ବିଜୁଜନତା ଦଳ ସହ ଯୋଡିହୋଇ ରହିବାକୁ ନିବେଦନ କରିଛନ୍ତି ।

ସେହିପରି ବିଜେପି ପାର୍ଥିନି ସୁଜାତା ମଣ୍ଡଳ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରିବା ସହ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ବରିଷ୍ଠ ନେତା ମନମୋହନ ସମାଲ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବଜେପିକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ବିଗତ ନିର୍ବାଚନରେ ବିଜୁଜନତା ଦଳ ସପକ୍ଷରେ ଯାଇଥିବା ଏହି ଜୋନଟି ପୁଣି ଥରେ ବିଜେଡ଼ି ସପକ୍ଷରେ ଯିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୫୦୦ବର୍ଷର ପୁରାତନ ମନ୍ଦିରରୁ ୭ଟି ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି...

Tue Feb 15 , 2022
ତ୍ରିନାଥ ବାରିକ(ସତ୍ୟବାଦୀ):ପୁରୀଜିଲ୍ଲା ସତ୍ୟଵାଦୀ ଥାନାର ନୃଆସୋମେଶ୍ଵରପୁର ଗ୍ରାମର ଗୋପିନାଥ ମନ୍ଦିର ରୁ ରବିବାର ରାତିରେ ଚୋରୀ ହୋଇଛି। ମୁଖ୍ୟଦ୍ବାର ଓ ଗ୍ରୀଲ ଜାଲା ଭାଙ୍ଗି ଦୁର୍ଵୁଜମାନେ ମନ୍ଦିର ଭିତରେ ପସିଥିଲେ। ସିଂହାସନ ରେ ପୁଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ଵତୀ, ଚନ୍ଦଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୁର୍ତ୍ତି ସହିତ ବଡ ପିତଳ ପ୍ରଭା ଲୁଟି ନେଇଛନ୍ତି। ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିଵାକୁ ଆସି […]

You May Like

Pin It on Pinterest