୫୦୦ବର୍ଷର ପୁରାତନ ମନ୍ଦିରରୁ ୭ଟି ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି…

ତ୍ରିନାଥ ବାରିକ(ସତ୍ୟବାଦୀ):ପୁରୀଜିଲ୍ଲା ସତ୍ୟଵାଦୀ ଥାନାର ନୃଆସୋମେଶ୍ଵରପୁର ଗ୍ରାମର ଗୋପିନାଥ ମନ୍ଦିର ରୁ ରବିବାର ରାତିରେ ଚୋରୀ ହୋଇଛି। ମୁଖ୍ୟଦ୍ବାର ଓ ଗ୍ରୀଲ ଜାଲା ଭାଙ୍ଗି ଦୁର୍ଵୁଜମାନେ ମନ୍ଦିର ଭିତରେ ପସିଥିଲେ। ସିଂହାସନ ରେ ପୁଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ଵତୀ, ଚନ୍ଦଶେଖର ଓ ଅନ୍ୟ ସମସ୍ତ ଛୋଟ ଛୋଟ ଅଷ୍ଟଧାତୁ ମୁର୍ତ୍ତି ସହିତ ବଡ ପିତଳ ପ୍ରଭା ଲୁଟି ନେଇଛନ୍ତି।

ପୂଜକ ମୃତ୍ୟୁଞ୍ଜୟ ପଣ୍ଡା ସକାଳୁ ମନ୍ଦିର ଖୋଲିଵାକୁ ଆସି ଚୋରୀ ହୋଇଥିବା ଜାଣିବା ପରେ ଗ୍ରାମବାସୀ ଙ୍କୁ ଖଵର ଦେଇଥିଲେ। ଗ୍ରାମକୋଠ ସଭାପତିଙ୍କ ଅଭିଯୋଗ କ୍ରମେ ସତ୍ୟଵାଦୀ ପୋଲିସ ମନ୍ଦିର ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସତ୍ୟଵାଦୀ ଥାନାରେ ୫୬/ ୨୨ ରେ ଏକ ମାମଲା ରୁଜ୍ଜୁ କରାଯାଇଛି ଵୋଲି ଆଇଆଇସି ଦୀଲ୍ପିପ କୁମାର ଧଳ କହିଛନ୍ତି। ସାଇଣ୍ଟିଫିକ ଟିମସହ ପିପିଲି ଏସଡିପିଓ ଦେବଦତ ବରାଳ ଘଟଣାସ୍ଥଳରେ ଅଧିକ ତଦନ୍ତ କରୁଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ଜଣ ଗିରଫ...

Tue Feb 15 , 2022
ତ୍ରିନାଥ ବାରିକ(ପୁରୀ):୧୫।୨-ବ୍ରାଉନସୁଗାର ମାଫିଆଙ୍କ ଦିନକୁଦିନ ପାଦୁର୍ଭାବ ବଢ଼ିବାରେ ଲାଗିଛି ।ଗତ ରାତିରେ ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଜବତ ହେଲା ୩୫୯ ଗ୍ରାମ ବ୍ରାଉନସୁଗାର ଯାହାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବବୋଲି କୁହାଯାଇଛି । ଏଥିସହ ସହ ନଗଦ ୧୭ ହଜାର […]

You May Like

Pin It on Pinterest