ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ଜଣ ଗିରଫ…

ତ୍ରିନାଥ ବାରିକ(ପୁରୀ):୧୫।୨-ବ୍ରାଉନସୁଗାର ମାଫିଆଙ୍କ ଦିନକୁଦିନ ପାଦୁର୍ଭାବ ବଢ଼ିବାରେ ଲାଗିଛି ।ଗତ ରାତିରେ ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଜବତ ହେଲା ୩୫୯ ଗ୍ରାମ ବ୍ରାଉନସୁଗାର ଯାହାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହେବବୋଲି କୁହାଯାଇଛି । ଏଥିସହ ସହ ନଗଦ ୧୭ ହଜାର ଟଙ୍କା,୩ଟି ମୋଟର ସାଇକେଲ, ୫ଟି ମୋବାଇଲ ବାସେଳୀ ସାହି ଥାନା ପୋଲିସ ଜବତ କରିଛନ୍ତି । ଏହି ବ୍ରାଉନସୁଗାର ମାଫିଆ ମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍, ପିପିଲି ଦେବୀ ଗଳିର ପପୁ ପାଣ୍ଡେ,ଜଟଣୀ ତିରମାଲର ରଞ୍ଜନ ଭୁଜବଳ, ଜଳେଶ୍ବରର ଇଫତେଖାର ତୁଲା।

ଗତ(ସୋମବାର)ରାତିରେ ବ୍ରାଉନସୁଗାର ବିକ୍ରି କରିବା ପାଇଁ ମାଫିଆ ଫିରୋଜ ଖାନ୍ ସହ ଏହି ତିନି ଅଭିଯୁକ୍ତ ପୁରୀ ଆସୁଥିଲେ । ଏହି ସମୟରେ ମାଟିତୋଟା ପଡିଆଠାରେ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ ଚଢାଉ କରି ଏମାନଙ୍କୁ ଗିରଫ କରିଛି। ମଙ୍ଗଳବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ, ବାସେଳୀ ସାହି ଥାନାରେ ପୁରୀ ଏସପି କନୱର ବିଶାଳ ସିଂ ଏହି ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ଥ ପାଇଁ ନିୟୋଜିତ ହେବେ ୨୦୦ ପୋଲିସ ଅଫିସର,ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା...

Tue Feb 15 , 2022
ତ୍ରିନାଥ ବାରିକ(ପୁରୀ):୧୫।୨- ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ପ୍ରଥମେ ରାଜଭବନ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୦ଜଣ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ ହେବେ । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ […]

You May Like

Pin It on Pinterest