
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫।୨- ସୋମବାର ବିଳମ୍ବିତ ରାତିରେ ଚାନ୍ଦବାଲି ବ୍ଲକର କୋଇଥକୋଲା ପଂଚାୟତ ୧୧ ନମ୍ବର ୱାର୍ଡ଼ରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ହାଇଓ୍ବା ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ପଂଚାୟତ ନିର୍ବାଚନକୁ କେନ୍ଦ୍ର କରି ଏପରି ଘଟିଥିବା ଗ୍ରାମବାସୀ କହିଛନ୍ତି ।
ଖବରପାଇ, ଅଗ୍ନିଶମ ବିଭାଗ ଗାଡ଼ି ଆସିବା ପୂର୍ବରୁ ହାଇଓ୍ବା ଗାଡ଼ିଟି ଜଳିଯାଇଥିଲା । ହାଇଓ୍ବା ଗାଡ଼ିର ମାଲିକ ଅମୂଲ୍ୟ ବେହେରା ଏନେଇ ଧାମରା ଥାନାରେ ଅଭିଯୋଗ କରିଛନ୍ତି ।ସୂଚନା ଅନୁଯାଇ ଗାଡ଼ିର ମାଲିକଙ୍କ ଭାଇ ୧୧ ନମ୍ବର ୱାର୍ଡ଼ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ବିରୋଧୀମାନେ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।