ଆଜିର ଖାସ୍ ଖବର

୧-ଦେଶଦ୍ରୋହୀ ମୁଶାରଫ! କାରଗିଲ୍ ଯୁଦ୍ଧ କରିଥିବା ମୁଶାରଫଙ୍କୁ ନିଜ ଦେଶ ପାକିସ୍ତାନରେ ଦେଶଦ୍ରୋହ ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ।

୨-ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ, ରାଜସ୍ୱ ସେବା ନିୟମ ୧୯୮୩ର ପ୍ରସ୍ତାବିତ ସଂଶୋଧନ ଗୃହୀତ।

୩-ଓଡ଼ିଶା ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀରେ ରହିବ।

୪-OSSC ଜରିଆରେ ହେବ RI, ARI, ଅମିନ ନିଯୁକ୍ତି, ଓଡିଶା କୃଷି ନୀତିକୁ ମଞ୍ଜୁରୀ।

୫-ଚାନ୍ଦିପୁରରେ ସୁପରସୋନିକ୍ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ୨ଟି ବ୍ୟବହାରିକ ପରୀକ୍ଷଣ ସଫଳ।

୬-ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ।

୭-ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ: ଆଞ୍ଚଳିକ ପାଣିପାଗ ବିଭାଗ।

୮-ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା।

୯-ବାରବାଟୀ ମ୍ୟାଚ ପାଇଁ ଅନଲାଇନରେ ଟିକଟ କଳାବଜାରୀ, ୬୩୪ ଟଙ୍କା ଟିକଟର ମୂଲ୍ୟ ୧୫୦୦ ଟଙ୍କା।

୧୦-କଟକ: ଫେବୃଆରୀ ୩ୟ ସପ୍ତାହରୁ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ହେବ ତାରିଖ ଘୋଷଣା।

୧୧-ଅମିତ୍ ଶାହାଙ୍କ ରୋକ୍ ଠୋକ୍, ବିରୋଧୀ ଯେତେ ବିରୋଧ କରିବା କଥା କରନ୍ତୁ, ନାଗରିକତା ଉପରେ ନଇଁବୁ ନାହିଁ।

୧୨-ଦିଲ୍ଲୀରେ ପୁଣି ହିଂସା, ପୁଲିସ ଆନ୍ଦୋଳନକାରୀ ମୁହାଁମୁହିଁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Dec 19 , 2019
୧-ଖୁସିଖବର: ସ୍କୁଲରେ ନାମଲେଖା ପାଇଁ OBC ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ବୃଦ୍ଧି କଲେ କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ପାଇଁ 27 ପ୍ରତିଶତ ଆସନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ । ୨-୫୬୦ ଟଙ୍କା ଜଳକର ପୈଠ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉନ୍ମୋଚନ କଲେ ଜଳସାଥୀ ଆପ୍‌। ଜଳକର ଆଦାୟ କରିବେ ଜଳସାଥୀ।ନିୟୋଜିତ ହେବେ ୫ହଜାର ଜଳସାଥୀ। ୩-ସାବଧାନ ସରକାରୀ ବାବୁ, ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେଲେ କାର୍ୟ୍ୟାନୁଷ୍ଠାନ। […]

You May Like

Pin It on Pinterest