ମର୍ମନ୍ତୁଦ ସଡକ ଦୁର୍ଘଟଣା,ଅଟୋ ରିକ୍ସା ସହ ମିନିଟ୍ରକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ୨ ଗୁରୁତର…

ଅଭୟ ସାହୁ(ସାଲେପୁର):୧୬।୨- ମର୍ମନ୍ତୁଦ ସଡକ ଦୁର୍ଘଟଣା, କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଭୁବନେଶ୍ବରରୁ କେନ୍ଦ୍ରାପଡା ଜିଲ୍ଲା ଛତା ଛକ ଅଭିମୁଖେ ଯାଉଥିବା ଏକ ଅଟୋ ରିକ୍ସା ସହ କେନ୍ଦ୍ରାପଡା ପଟୁ ଆସୁଥିବା ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି ।

ଏହା ଫଳରେ ଅଟୋ ରିକ୍ସାରେ ଯାଉଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଉକ୍ତ ଗାଡିଟିକୁ ଜବତ କରିବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛି । ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ ନାହାନ୍ତି ଲୋକପ୍ରୟ ସଂଗୀତକାର ତଥା ଗାୟକ ବାପି ଲାହିରି...

Wed Feb 16 , 2022
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ସଙ୍ଗୀତଜ୍ଞ ବାପି ଲାହିରୀଙ୍କ ପରଲୋକ, ଅଶୀ ଓ ନବେ ଦଶକର ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । […]

You May Like

Breaking News

Pin It on Pinterest