ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୦୭୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୬୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୩୧୦୬ଜଣ ସୁସ୍ଥ ହୋଇଛନ୍ତି ।

 ରାଜ୍ୟରେ କୋଭିଡ ସ୍ଥିତି ଓ କଟକଣା କୋହଳ ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା ଉପରେ ନଜର ରହିଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆଜି ଅହମ୍ମଦାବାଦ ମୋଟରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ(ବି)ରେ ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲା ହେବ। ଏଥି ପାଇଁ ଉଭୟ ଦଳ ବୁଧବାର ଶେଷ ଅଭ୍ୟାସ କରିଛନ୍ତି । ଓଡ଼ିଶା ଚଳିତ ସିଜନରେ ଗ୍ରୁପ୍‌-ଡରେ ସ୍ଥାନ ପାଇଛି।

ଗତ  ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୭ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୩୨୯୧୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୯ ଲକ୍ଷ ୧୦ ହଜାର ୯୮୪ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷରୁ ଅଧିକ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

 ବାଇକରେ ଯାଉଥିବା ୪ ବର୍ଷରୁ କମ୍‌ ବୟସର ପିଲା ହେଲମେଟ୍ ପିନ୍ଧିବାକୁ ବାଧ୍ୟ ପିଲାଙ୍କ ସୁରକ୍ଷାକୁ ମଜଭୁତ କରିବା ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଆଜି ଅନେକ ନୂଆ ନିୟମ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ବାଇକ୍‌ରେ ଯାଉଥିବା ୪ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ କ୍ରାସ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ଏହାସହିତ ସେମାନଙ୍କ ସୁରକ୍ଷା ଲାଗି ସେଫ୍ଟି ହାର୍ଣ୍ଣେସ ବେଲ୍‌ଟର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

 ବିଶିଷ୍ଟ ଭାରତୀୟ ପ୍ରସିଦ୍ଧ ଗାୟକ ତଥା ଭେଟରାନ୍‌ ସିଙ୍ଗର, କମ୍ପୋଜର ବାପି ଲାହିରିଙ୍କ ଗତକାଲି ଅର୍ଥାତ୍‌ ବୁଧବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୯ ବର୍ଷ ବୟସ ହୋଇଥିଲା । ଆଜି ତାଙ୍କର ସକାଳ ୧୦ଟାରେ ଅନ୍ତିମ ସଂସ୍କାର କରାଯିବ । ଏନେଇ  ଗତକାଲି ତାଙ୍କ ପରିବାର ପକ୍ଷରୁ ଏକ ସୂଚନା ଦିଆଯାଇଛି।

 ହିଜାବକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିଲା ତସଲିମା ନସରିନ୍‌। ଏହା ସପକ୍ଷରେ ନଥିବା ତସଲିମା କହିଛନ୍ତି ଯେ, ହିଜାବ, ବୁର୍ଖା ଏବଂ ନିକାବ ଏଗୁଡ଼ିକ ସବୁ ଏକ ଅବଦମନର ପ୍ରତୀକ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ଡ୍ରେସକୋଡ୍‌ ପ୍ରସ୍ତାବ ଉପରେ ତସଲିମା କହିଛନ୍ତି ଯେ,  ଶିକ୍ଷାର ଅଧିକାରକୁ ମୁଁ  ଧାର୍ମିକ ଅଧିକାର ଅର୍ଥରେ ମୁଁ ବିଶ୍ୱାସ କରେ। ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ବୋଲି ତସଲିମା ପ୍ରଶ୍ନ କରିଛନ୍ତି।

ବ୍ରାଜିଲର ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତ । ଫଳରେ ୭୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।ଏଠାରେ ମେୟର ରୁବେନ୍ସ ବୋମଟେମ୍ପୋ କହିଛନ୍ତି ଯେ ‘ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ-ସୁରେଶ ରାଉତରାୟ

Thu Feb 17 , 2022
ପ୍ରମୋଦ ନାୟକ(ଭୁବନେଶ୍ବର):୧୭।୨- କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ନିର୍ବାଚନୀ ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର, ନିର୍ବାଚନ କମିଶନଙ୍କ କଟକଣା ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ଦୁଇ ଜଣ ସମ୍ବାଦିକଙ୍କୁ ମାଡ ମରାଯାଇଛି ।ଏ ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ […]

You May Like

Pin It on Pinterest