
ପ୍ରମୋଦ ନାୟକ(ଭୁବନେଶ୍ବର):୧୭।୨- କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ନିର୍ବାଚନୀ ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର, ନିର୍ବାଚନ କମିଶନଙ୍କ କଟକଣା ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ଦୁଇ ଜଣ ସମ୍ବାଦିକଙ୍କୁ ମାଡ ମରାଯାଇଛି ।ଏ ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ ।
ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ । ନିର୍ବାଚିତ ପ୍ରତିନିଧିଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନରେ ମଦ ଓ ମାଂସ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି-ବିଜେଡି ଦାୟୀ ।
ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚାର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।



