ଅତାବିରା ବ୍ଲକ ଉଲଣ୍ଡା ଗ୍ରାମରେ ଝିମିଟି ଖେଳରୁ ମହାଭାରତ ପକୁଡ଼ି ତିଆରିକୁ କେନ୍ଦ୍ର କରି ଯୁବକର ମୃତ୍ୟୁ

ନବୀନ ଦାଶ(ବରଗଡ଼): ସାମାନ୍ୟ ଝଗଡା ବେଳେ ବେଳେ ବଡ ଘଟଣା ର ରୂପ ନେଇ ଅମୂଲ୍ୟ ଧନ ଜୀବନ ନଷ୍ଟ ହୋଇଥାଏ ଏହା ଭାରତର ପୁରାଣ ପୃଷ୍ଠାରେ ଉଦାହରଣ ସାଜିଥିବା ମହାଭାରତ ଯୁଦ୍ଧ ର ଭୟାବହ ପରିଣାମ ଆଜି ବି ସାମାଜିକ ଜୀବନ ସହ ଓତ ପ୍ରୋତ ଭାବେ ଜଡ଼ିତ ହୋଇ ରହିବା ସହ ଆଜି ବି ଦୃଷ୍ଟାନ୍ତ ହୋଇ ରହିଛି ।

ଯାହାର ଏକ ରୂପ ରେଖ ଦେଖିବାକୁ ମିଳିଛି ଅତାବିରାବ୍ଲକ ଲହଣ୍ଡା ଗ୍ରାମରେ।ପୋଲିସ ସୂତ୍ରରୁ ଜଣାପଡିଛି ଯେ ଗତ ୧୭ ତାରିଖ ସନ୍ଧ୍ୟାରେ ଉକ୍ତ ଗ୍ରାମର ସାଗର ପଡ଼ାରେ କିଛି ଯୁବକ ମାନେ ପକୁଡ଼ି ତିଆରି କରି ଖାଇଥିଲେ।ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଦୟାସାଗର ମିର୍ଦ୍ଧା ଙ୍କ ପୁଅ ବିଶ୍ଵନାଥ ମିର୍ଦ୍ଧା(୩୦) ଓ ଅଶ୍ଵିନୀ ମିର୍ଦ୍ଧା ଙ୍କ ମଧ୍ୟରେ ପକୁଡ଼ି ତିଆରି କୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା।ଫଳରେ ବିଶ୍ଵ ମିର୍ଦ୍ଧା ଅତ୍ୟଧିକ ରାଗରେ ଅଶ୍ଵିନୀ ଙ୍କ ମୁଣ୍ଡକୁ ଧରି କଂକ୍ରିଟ ରାସ୍ତାରେ ପିଟି ଦେଇଥିଲେ।ତେଣୁ ଅଶ୍ଵିନୀ ଙ୍କ ମୁଣ୍ଡରେ ଆଘାତ ଲାଗି ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତାପରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠେଇ ଦେଇଥିଲେ।

କିନ୍ତୁ ଗତ ୧୮ ତାରିଖ ଅପରାହ୍ନ ୪ ଟାରେ ଚିକିତ୍ସିତ ଅବସ୍ଥାରେ ବୂର୍ଲ୍ଲାରେ ଅଶ୍ଵିନୀ ଙ୍କ ମୃତ୍ୟୁ ହୋଇଥିଲା।ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଏନେଇ ଶତ୍ରୁଘ୍ନ ମିର୍ଦ୍ଧା ଅତାବିରା ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତଥା ଏସଡିପିଓ ଙ୍କ ତତ୍ବାବଧାନ ରେ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନ ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା।ଏହି ଦଳରେ ଏସ ଆଇ ବିପିନ ବାଗ,ଏ ଏସ ଆଇ ଆର୍ ବରିହା,ସି/୪୫୩ ଜି ନାଏକ ରହିଥିଲେ ।ଏହି ଦଳ ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ବିଶ୍ଵ ମିର୍ଦ୍ଧା ଙ୍କୁ ଗିରଫ କରି କେସ ନଂ ୬୯/୧୯/୨/୨୦୨୨ ଭାରତୀୟ ପେନାଲ୍ କୋର୍ଟ ଧାରା ୩୦୨ ରେ ଏକ କେସ ରୁଜୁ କରି ଏନ୍ ଜି ଏନ୍ କୋର୍ଟକୁ ପଠେଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Feb 24 , 2022
ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୯୭୮ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୪୦ ଜଣ ରହିଛନ୍ତି । […]

You May Like

Pin It on Pinterest