
ନମୋଗୁରୁ ହୋତା(ବିନିକା): ବୈଦିକ ରୀତିରେ ବିବାହ କରିଥିବା ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ଥିବା ସ୍ୱାମୀକୁ ଧରି ଆଣି ଥାନାରେ ଅଟକ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିଲା ପୁଲିସ | ସ୍ୱାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |
ଘଟଣାରୁ ପ୍ରକାଶ ଯେ ବିନିକା ଥାନା ଅଧୀନସ୍ଥ କମିରା ଗ୍ରାମର ସାଧବି ପଧାନ ଗତ ୧୮ମାର୍ଚ୍ଚ ୨୦୧୫ମସିହାରେ ଅସୁରଗଡ ନିବାସୀ ପଞ୍ଚାନନ ପଧାନ ଙ୍କ ପୁଅ ଦୁର୍ଯ୍ୟୋଧନ ପଧାନ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।ବିବାହ ର ୯ ମାସ ପରେ ଯୌତୁକ କମ ଆଣିବା ନେଇ ତାଙ୍କ ଶାଶୁ ଓ ସ୍ବାମୀ ଦୁର୍ଯ୍ୟୋଧନ ଗାଳି ଗୁଲଜ କରି ମାଡ଼ପିଟ କରିବା ସହ ଅସହ୍ୟ ନିର୍ଯାତନା ଦେଇ ଆସୁଥିଲେ | ଏପରିକି କିଛି ମାସ ଗଲାପରେ ରାତିରେ ମତେ ବାନ୍ଧି ରଖିବା ସହ ଖାଇବା ଥିରେ ବିଷ ଦେଇଥିଲେ ତାହା ମୁଁ ସନ୍ଦେହରେ ନଖାଇବାରୁ ତଣ୍ଟିଚିପି ଘରେ ନରହିବାକୁ କହି ତାଙ୍କର ସ୍ବାମୀ ଦୁର୍ଯୋଧନ ତାଙ୍କ ବାପ ଘର କମିରା ଗ୍ରାମ କୁ ଆଣି ଛାଡ଼ି ଦେଇଥିବା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାଧାବି ।
ଏମିତି ୫ବର୍ଷ ବିତିଗଲା ସ୍ବାମୀ ଆଣିଲେ ନାହିଁ କିନ୍ତୁ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଚଳିତ ମାସ ୨୦ ତାରିଖ ଦିନ ଦ୍ୱିତୀୟ ବିବାହ ଟାଙ୍ଗିପାଲି ରେ କରୁଛନ୍ତି ବୋଲି ସାଧାବୀ ଗତକାଲି ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିଲା | ତ୍ୱରିତ ଦ୍ଵିତୀୟ ବିବାହ ପୂର୍ବରୁ ସ୍ବାମୀ ଦୁର୍ଯ୍ୟୋଧନ କୁ ପୁଲିସ ଧରି ଆଣି ଥାନାରେ ଅଟକ ରଖିଥିଲା ।ଆଜି ତାକୁ ଗିରଫ କରି ବିନିକା କୋର୍ଟ ରେ ହାଜର କରାଯାଇଥିଲା | ସେଠାରେ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ସୋନପୁର ଜେଲ ହାଜତ କୁ ପଠାଯାଇଥିବା ଥାନା ଅଧିକାରୀ ପବିତ୍ର ସାହୁ ସୂଚନା ଦେଇଛନ୍ତି |



