
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା):୨୩।୨-ମତଦାନରୁ ବଞ୍ଚିତ ପଟ୍ଟାମୁଣ୍ଡାଇ ବ୍ଲକ୍ ଔପଦା ପଞ୍ଚାୟତ ୧୧ନଂ ବୁଥରେ ୩ଶହରୁ ଉର୍ଦ୍ଧ୍ବ ଭୋଟରଙ୍କୁ ଆଜିବି ପ୍ରଶାସନର ଅଣଦେଖା । ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦ତାରିଖ ରାତିଠାରୁ,ଏହାର ପ୍ରତିବାଦରେ ଶତାଧିକ ମହିଳା-ପୁରୁଷ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେବି ଫଳ ସୁନୁ ।
ଖବର ଅନୁଯାଇ,ଗତ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ଔପଦା ପଞ୍ଚାୟତ ୧୧ନଂ ବୁଥରେ ମତଦାନ ଚାଲୁଥିବା ବେଳେ,ମତଦାନ ପାଇଁ ଆସିଥିବା ଜଣେ ବୃଦ୍ଧା ମହିଳାଙ୍କୁ ପ୍ରିଜାଇଡିଂ ଅଫିସର ବାହାରକୁ ଚାଲି ଯିବାକୁ କହିଥିଲେ । ଘଟଣାକୁ ନେଇ ପ୍ରିଜାଇଡିଂ ଅଫିସର ଓ ଭୋଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିପାଇଁ ମତଦାନ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ।
ନିର୍ଦ୍ଧାରିତ ସମୟ ୧ଟା ହେବାରୁ ମତଦାନରେ ନିୟୋଜିତ ଥିବା କର୍ମଚାରୀମାନେ ମତଦାନ କେନ୍ଦ୍ର ବନ୍ଦକରି ବାଲାଟ ବାକ୍ସଗୁଡିକୁ ପୋଲିସ ସହାୟତାରେ ଷ୍ଟ୍ରଙ୍ଗ ରୁମକୁ ନେଇଆସିଥିଲେ । ତେବେ ଏହି କାରଣରୁ ବୁଥର ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଭୋଟର ମତଦାନ କରିବାରୁ ବଞ୍ଚିତ ହୋଇଛନ୍ତି ।
ପୁନଃ ମତଦାନ କରିବା ପ୍ରତିବାଦରେ ଗତ ୨୦ତାରିଖ ରାତିଠାରୁ ଶତାଧିକ ପୁରୁଷ-ମହିଳାମାନେ ଆମରଣ ଅନଶନରେ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଦେଖିବାକୁ ମିଲିଥିଲା । ତେବେ ଦାବି ଉପରେ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନନେବା କି କୌଣସି ପ୍ରତିଶ୍ରୁତି ନଦେବା କାରଣରୁ ଆମରଣ ଅନଶନରେ ବସିଥିବା ଜଣେ ବ୍ୟକ୍ତି ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ପଟ୍ଟାମୁଣ୍ଡାଇ ବ୍ଲକ ବିଡ଼ିଓଙ୍କୁ ଏ ସଂପର୍କରେ କହିଛନ୍ତିକି,ଭୋଟ୍ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ସରିଛି ଓ ବୁଥ୍ ବାକ୍ସ ନିରାପଦରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚି ସାରିଛି । ଔପଦା ପଞ୍ଚାୟତ ୧୧ନଂ ବୁଥ ସମ୍ପର୍କରେ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି । ସେ ଯାହା କାର୍ଯ୍ୟାନୁଷ୍ଠାନ ନେବେ ।



