ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୯୭୮ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୪୦ ଜଣ ରହିଛନ୍ତି ।

ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ସୁନ୍ଦରଗଡ଼ର ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ମତଦାନ କରୁଛନ୍ତି ଭୋଟର । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ ସୁନ୍ଦରଗଡ଼ ସଦରରେ ମୋଟ ୫୫୦ଟି ବୁଥ ହୋଇଛି।

ଚଳିତବର୍ଷର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ ଆୟୋଜିତ ହେବ । କରୋନା କୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନରେ ଆୟୋଜନ କରିବାକୁ ଏହି ପିଟିସନରେ ଆବେଦନ କରାଯାଇଥିଲା । ଏଭଳି ପିଟିସନ ଛାତ୍ରଛାତ୍ରୀଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ତଥା ଦ୍ୱନ୍ଦ୍ୱରେ ପକାଉଥିବା ପ୍ରକାଶ କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଆଗକୁ ଏଭଳି ପିଟିସନ ଦାୟର କରିବା ଉପରେ ମଧ୍ୟ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୧୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୪୮୩୫୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୨ ଲକ୍ଷ ୧୯ ହଜାର ୮୯୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୨ ହଜାର ୯୨୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଅଶୋକ ଗେହଲଟ ସରକାର ଙ୍କ ୨୦୦ ବିଧାୟକଙ୍କୁ ବଡ଼ ଉପହାର ରାଜସ୍ଥାନରେ ରାଜ୍ୟ ବଜେଟ ଉପସ୍ଥାପନ କରିବା ପରେ ସରକାରଙ୍କ ପକ୍ଷରୁ ବିଧାୟକମାନଙ୍କୁ ଆଇଫୋପ ୧୩ ଗିଫ୍ଟ କରାଯାଇଛି। ଏହି ଉପହାର ପାଇଁ ସବୁ ବିଧାୟକ ବେଶ ଖୁସି ମଧ୍ୟ ଦେଖାଯାଇଛନ୍ତି। ଗତବର୍ଷ ସରକାର ବିଧାୟକମାନଙ୍କୁ ଆଇ-ପ୍ୟାଡ୍‌ ସହ ଗୋଟିଏ ଲେଖାଏ ବଜେଟ କପି ଦେଇଥିଲେ।

ୟୁକ୍ରେନ ବିରୋଧରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ସ୍ଥିତି ସାଂଘାତିକ ହୋଇଛି। ଏହି ଘୋଷଣାର କିଛି ମିନିଟ୍‌ ପରେ ଉଭୟ ରୁଷ ଓ ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି। ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ଭାରତ ଚିନ୍ତା ପ୍ରକଟ କରିଛି । ଏଥିସହ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହି ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛି। ମିଳିତ ଜାତିସଂଘରେ ଥିବା ଭାରତ ସ୍ଥାନୀୟ ସଦସ୍ୟ ଟିଏସ୍ ତିରୁମୂର୍ତ୍ତି ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ନିଜର ମତ ରଖିଛନ୍ତି।

ୟୁକ୍ରେନ୍‌-ଋଷ ଯୁଦ୍ଧ ସ୍ଥିତି ମଧ୍ୟରେ ଆଜି ୟୁକ୍ରେନ୍ ବିପକ୍ଷରେ ମିଲିଟାରୀ ଆକ୍ସନ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।ତେବେ ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁରା ସ୍ଥିତି ଉପରେ ଆମେରିକା ନଜର ରଖିଛି ଏବଂ ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଆଜି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।ଏହା ସହିତ ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ୟୁକ୍ରେନ-ଋଷ ବିବାଦ, ୟୁକ୍ରେନ ର ରାଜଧାନୀ ସମେତ ୧୩ ସ୍ଥାନରେ ଋଷ୍ ର ଆକ୍ରମଣ,ଭାରତ ସେୟାର ବଜାର ଉପରେ ସବୁଠୁ ବଡ ପ୍ରଭାବ...

Thu Feb 24 , 2022
ବାସ୍ତବବ୍ୟୁରୋ:ୟୁକ୍ରେନ୍- ଋଷ ବିବାଦ ମଧ୍ୟରେ ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ, ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ର ଆକ୍ରମଣ । କିବ, ଖାରକିବ ସମେତ ୧୩ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ ।ମିଳିଥିବା ସୂଚନା ଅନୁଯାଇ ,ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନର ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି […]

You May Like

Pin It on Pinterest