ୟୁକ୍ରେନ-ଋଷ ବିବାଦ, ୟୁକ୍ରେନ ର ରାଜଧାନୀ ସମେତ ୧୩ ସ୍ଥାନରେ ଋଷ୍ ର ଆକ୍ରମଣ,ଭାରତ ସେୟାର ବଜାର ଉପରେ ସବୁଠୁ ବଡ ପ୍ରଭାବ…

ବାସ୍ତବବ୍ୟୁରୋ:ୟୁକ୍ରେନ୍- ଋଷ ବିବାଦ ମଧ୍ୟରେ ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ, ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ର ଆକ୍ରମଣ । କିବ, ଖାରକିବ ସମେତ ୧୩ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ ।
ମିଳିଥିବା ସୂଚନା ଅନୁଯାଇ ,ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନର ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି ।


ସେପଟେ ଆଜିର ଜାତିସଙ୍ଘ ବୈଠକରେ ସବୁ କଥାକୁ ପଛରେ ପକାଇ ନିଜର ଜିଦକୁ ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେଉଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ୟୁକ୍ରେନକୁ ସାହାଯ୍ୟ କରିବେ ସେମାନେ ଭୟାବହ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ।

ଋଷ- ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତ ସେୟାର ବଜାର ଉପରେ ପଡିଛି ସବୁଠୁ ବଡ ପ୍ରଭାବ ।ସେନସେକ୍ସ ୨୦୦୦ ପଏଣ୍ଟରୁ ଅଧିକ ହ୍ରାସ ସହିତ ଆଜି ସକାଳୁ କାରବାର ଆରମ୍ଭ କରିଛି ।ସକାଳ ୯.୫୦ ରେ, ବିଏସଇ ସେନସେକ୍ସ ୫୫,୨୦୭.୭ ରେ ଆରମ୍ଭ ହୋଇଥିଲା । ଯାହା ୨,୦୨୪.୩୨ ପଏଣ୍ଟ କିମ୍ବା ୩.୫୪ ପ୍ରତିଶତ ହ୍ରାସ ପାଇଥିଲା । ଏନଏସଇ ଏନଏସଇ ନିଫ୍ଟି କାରବାର ୧୬,୪୯୦.୪୫ ରେ, ୫୭୩ ପଏଣ୍ଟ କିମ୍ବା ୩.୩୬ ପ୍ରତିଶତ ହ୍ରାସ ପାଇଛି । ଏସୀୟ ସାଥୀମାନେ ୩.୩ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ ପାଇଥିଲା । ଏହାସହ ଆଶାତୀତ ଭାବେ ବଢିଛି ସୁନା ଦର । ୧୦୦ କି ୨୦୦ ଟଙ୍କା ନୁହେଁ ପୁରାପୁରି ୧୪୦୦ ଟଙ୍କା ବଢିଛି ସୁନାଦର । ଏହାସହ ରୂପା ଦର ୨୦୦୦ ଟଙ୍କା ବଢିଛି । ଭାରତୀୟ ବଜାରରେ ଆଜି ସୁନା ଦର (୨୪କ୍ୟାରେଟ୍ ) ୧୦ ଗ୍ରାମ ପିଛା ୫୧,୭୫୦ ଟଙ୍କା ଉପରେ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର,ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ...

Thu Feb 24 , 2022
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ୨୪/୦୨- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ଚିନ୍ତା କରି, ପୂରଣ ହେଉନଥିବା ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ ହସ୍ତକ୍ଷେପ କରିଛନ୍ତି । କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇ,କହିଛନ୍ତିକି,କିଭଳି ଭାବରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ […]

You May Like

Pin It on Pinterest