ମୃତ ବ୍ୟକ୍ତିଙ୍କ ଭୋଟରେ ନିର୍ବାଚନ ବୈତରଣୀ ପାରିହେବା ର ଚାଲାଖି ପଦାରେ ପଡ଼ିଲା, ରାଜ୍ୟ ସରକାରଙ୍କ ନିରପେକ୍ଷ ,ଅବାଧ ଓ ସ୍ୱଚ୍ଛ ମତଦାନ ଉପରେ ପ୍ରଶ୍ନବାଚୀ…

ରାକେଶ କୁମାର(ଗରଦପୁର):କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ ବେତରା ଗ୍ରାମପଞ୍ଚାୟତ ର ବଡ଼ ବେତରା ଗ୍ରାମରେ ହୋଇଥିବା ଦଶ ନମ୍ବର ଓ ଏଗାର ନମ୍ବର ବୁଥ୍ ରେ ଅନିୟମିତତା ହୋଇଛି ବୋଲି ସ୍ଥାନୀୟ ଭୋଟର ଏବଂ ପ୍ରାର୍ଥୀ ମାନେ ଅଭିଯୋଗ ଆଣି ବ୍ଲକ ଇଲେକ୍ସନ ଅଫିସର ବିଡ଼ିଓ ଙ୍କୁ ଦାବି ଜଣାଇ ଛନ୍ତି ।

ବଡବେତାର ଗ୍ରାମପଞ୍ଚାୟତର ସରପଂଚ ପ୍ରାର୍ଥୀନୀ ଶ୍ରୀମତୀ ସବିତା ବାରିକ୍ ଙ୍କ ଅଭିଯୋଗ ଅନୁସାରେ ଗତ ବାଇଶି ତାରିଖରେ ଚାଲିଥିବା ଚତୁର୍ଥ ଅର୍ଯ୍ୟାୟ ନିର୍ବାଚନ ସମୟରେ ବଡବେତାର ଗ୍ରାମରେ ହୋଇଥିବା ଦଶ ନମ୍ବର ଓ ଏଗାର ନମ୍ବର ବୁଥ୍ ମତଦାନ ସମୟରେ ପଚାଶ ଜଣ ଅଚିହ୍ନା ବ୍ୟକ୍ତି ଆସି ମତଦାନ କରିଥିଲେ ଯାହାର କି ସେହିବୁଥ ରେ ନାମ କି କୌଣସି ଠିକଣା ନଥିଲା ।

ବୁଥ୍ କୁ ଜବରଦଖଲ କରାଯାଇ ପାଖ ହରିଅଙ୍କ ପଞ୍ଚାୟତ ରୁ ପଚାଶ ଜଣ ବ୍ୟକ୍ତି ଆସି ଅନ୍ୟ ପ୍ରାର୍ଥୀନୀ ଙ୍କ ନିର୍ବାଚନ ଚିହ୍ନ ରେ ମଲା ,ହଜିଲା ବ୍ୟକ୍ତି ମାନଙ୍କ ତରଫରୁ ଭୋଟ ପ୍ରଦାନ କରିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ପ୍ରମାଣ ପତ୍ର ମଧ୍ୟ ନାମ ମଧ୍ୟ ଇଲେକ୍ସନ ଅଫିସର ଓ ବିଡ଼ିଓ ଙ୍କ ପାଖରେ ଦାଖଲ କରିଛନ୍ତି ବୋଲି କହିଛନ୍ତି ଅଭିଯୋଗ କାରିଣୀ ସରପଞ୍ଚ ପ୍ରାର୍ଥୀନୀ ସବିତା ବାରିକ୍ ।

ଯେତେବେଳେ କି ରାଜ୍ୟ ସରକାର ନିରପକ୍ଷ ,ଅବାଧ ଓ ସ୍ୱଚ୍ଛ ମତଦାନ ପାଇଁ ଇଲେକ୍ସନ କମିସନର ଓ ସ୍ଥାନୀୟ ବିଡ଼ିଓ , ତହସିଲ ଦାର ମାନଙ୍କୁ ଦାୟିତ୍ଵ ଦେଇଛନ୍ତି ,ସେତେବେଳେ ନିର୍ବାଚନ ବୁଥ ମାନଙ୍କରେ ହେଉଥିବା ବିଶୃଙ୍ଖଳା ର କାରଣ କଣ ହେଇପାରେ । ଏହାର ତଦନ୍ତ କରି ସେହି ଦସ ନମ୍ବର ଏବଂ ଏଗାର ନମ୍ବର ବୁଥ୍ ରେ ପୁନଃ ମତଦାନ କରିବା ପାଇଁ ଏଲେକସନ୍ ଅଫିସର ଙ୍କୁ ପର୍ଥାନା କରିଛନ୍ତି , ଯଦି ତଦନ୍ତ କରାନଯାଇ ପୁନଃ ମତଦାନ କରା ନଯାଏ ଆଗାମୀ ଦିନରେ ସରପଞ୍ଚ ପାର୍ଥିନି ଏବଂ ତାଙ୍କ ସମର୍ଥକ ମାନଙ୍କୁ ନେଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୬ ମାର୍ଚ୍ଚରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟମ ଲିଗ୍ ...

Thu Feb 24 , 2022
ବାସ୍ତବ ବ୍ୟୁରୋ:- BCCI (ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଇନ ଇଣ୍ଡିଆ) ଗଭର୍ଣ୍ଣିଂ କାଉନ୍ସିଲ ଅନୁଯାୟୀ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ରେ ଆରମ୍ଭ ହେବ। ଦିଆଯାଇଥିବା ତାରିଖରୁ ଆଇପିଏଲ ଆରମ୍ଭ ନିଷ୍ପତ୍ତି ଗୁରୁବାର (ଫେବୃଆରୀ 24) ରେ ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ବର୍ଷ ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଯୋଡି ହୋଇଥିବା ଦୁଇଟି ନୂତନ […]

You May Like

Pin It on Pinterest