ଆସନ୍ତା ୧ ତାରିଖ ମହାଶିବରାତ୍ରୀ, ଏଥିପାଇଁ ଗାଇଡଲାଇନ ଜାରି କଲା ବିଏମସି…

ବାସ୍ତବବ୍ୟୁରୋ(ଭୁବନେଶ୍ୱର):୨୬।୦୨- ଆସନ୍ତା ୧ ତାରିଖ ମହାଶିବରାତ୍ରୀ, ଏଥିପାଇଁ ଗାଇଡଲାଇନ ଜାରି କରିଛି ବିଏମସି । ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବା ପାଇଁ ଶ୍ରାଦ୍ଧଳୁମାନଙ୍କ ନାହିଁ ନଥିବା ଭିଡ଼ ହୁଏ ।ବିଗତ ୨ବର୍ଷ କୋଭିଡ କଟକଣାପାଇଁ, ମହାଦେବଙ୍କ ଭକ୍ତଙ୍କ ସରାଗ କମିଛି ।ଅବର୍ଷ ମଧ୍ୟ କୋଭିଡି କଟକଣା ପାଇଁ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରି ପାରିବେନି ।ଏଥିସହ ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଅନୁମତି ନାହିଁ ।

କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବାକୁ ବିଏମ୍‌ସିର ପରାମର୍ଶ । ସେବାୟତ ମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାପାଇଁ ବିଏମସିର ପରାମର୍ଶ । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି କୌଣସି ମେଳା ବା ଛୋଟ ଅସ୍ଥାୟୀ ବ୍ଯବସାୟୀଙ୍କୁ ବାରଣ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଧାରଣ...

Sun Feb 27 , 2022
ଭୁବନେଶ୍ୱର ୨୭।୦୨: ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ। ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ ର ପ୍ରାଥୀଙ୍କ ବାଲଟ ବାକ୍ସରେ ବନ୍ଧା ପଡିଥିବା ଭାଗ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ଖୁସି ଆଣିବାଟା ଆଉ କିଛିଙ୍କୁ ପାଇଁ ଦୁଃଖ । ଶନିବାର ପ୍ରଥମ ଦିନରୁ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବିଜେଡିର ଶଙ୍ଖନାଦ । ଏହି ପ୍ରକ୍ରିୟା ଆଜି ଓ କାଲି ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ […]

You May Like

Pin It on Pinterest