ଧନ୍ୟବାଦ ରାଲିରେ ବିରୋଧୀଙ୍କୁ ମୁହଁ-ତୋଡ ଜବାବ ଦେଲେ ମୋଦୀ

ବାସ୍ତବ ବ୍ୟୁରୋ :- ରାମଲୀଳା ମୈଦାନକୁ ସାକ୍ଷୀ ରଖି ପ୍ରଧାନମନ୍ତ୍ରୀ ମୋଦୀ, ଆଜି ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲି ରେ ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ବୋଲି କହିଛନ୍ତି । ଜୀବନରୁ ଯେତେବେଳେ ଅନିଶ୍ଚିତତା ବାହାରି ଯାଏ, ସେତେବେଳେ ଏକ ବଡ ଚିନ୍ତା ଦୂର ହୁଏ। ତାହା କିପରି ଲାଗେ ଆଜି ମୁଁ ଅନୁଭବ କରି ପାରୁଛି।

ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଲୋକଙ୍କୁ ଧନ୍ୟବାଦ ଅର୍ପଣ କରି ମୋଦୀ ନିଜର ଉଦବୋଧନ ଆରମ୍ଭ କରି କହିଥିଲେ ଯେ, ୪୦ ଲକ୍ଷ ଲୋକଙ୍କ ଜୀବନରେ ନୂଆ ସକାଳର ଆଗମନ ହୋଇଛି। ବାସହରା ହେବାକୁ ନେଇ ସେମାନଙ୍କ ମନରେ ଯେଉଁ ଚିନ୍ତା ରହିଥିଲା ତାହା ଏବେ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଛି। ଆଜି ଦିଲ୍ଲୀବାସୀଙ୍କୁ ସମ୍ପୂର୍ଣ୍ଣ ଅଧିକାର ମିଳିଛି। ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ ଦିଲ୍ଲୀବାସୀ ଅନିଶ୍ଚିତତା, ଭୟ, ଡର, ଛନ୍ଦ, କପଟ ଓ ମିଥ୍ୟା ରାଜନୀତି ଦେଇ ଗତି କରିବାକୁ ପଡୁଛି।

ସିଏଏ ହିଂସାକୁ ନେଇ ମୋଦୀ କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଗଲା। ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଗଲା। ବିରୋଧୀ ଦଳ ଉପରେ ବର୍ଷି ମୋଦୀ କହିଲେ ଯେ, ଏମାନେ ନିଜ ସ୍ବାର୍ଥ ଓ ରାଜନୀତି ପାଇଁ କୌଣସି ସ୍ତରକୁ ଖସି ପାରିବେ। ଉଚ୍ଚପଦରେ ବସିଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟିରେ ନିଆଁ ଲଗାଇବା ଭଳି ଅପରାଧ କାର୍ଯ୍ୟକଳାପ କଲେ। ମୁଁ ସେମାନଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ, ଯେତେବେଳେ ଦିଲ୍ଲୀର ଶହ ଶହ କଲୋନୀ ବାସିନ୍ଦାକୁ ସ୍ବାହବସ୍ଥା ସୁଗମତା ପ୍ରଦାନ କରାଗଲା, ସେତେବେଳେ କ’ଣ ପଚାରିଥିଲି କି ଆପଣଙ୍କ ଧର୍ମ କ’ଣ? ଆପଣ କେଉଁ ଧର୍ମ ଉପରେ ଆସ୍ଥା ରଖନ୍ତି ବା ବିଶ୍ବାସ କରନ୍ତି? ଆପଣ କେଉଁ ଦଳକୁ ସମର୍ଥନ କରନ୍ତି? ଅସାଧୁ ଲୋକ ମିଥ୍ୟା କଥା ପ୍ରଚାର କରି ମୁସଲମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଆସୁଛନ୍ତି ।

ପୂର୍ବ ସରକାର ଉପରେ ବର୍ଷି ମୋଦୀ କହିଛନ୍ତି ଯେ, ଗତ ସରକାର ଧନୀ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଥିବା ​‌ବେଳେ ଗରିବ ଲୋକଙ୍କୁ ଛାଟ ମାରିଥିଲା। ଗତ ସରକାର ଦିଲ୍ଲୀର ସୁବଠୁ ମୂଲ୍ୟବାନ ଓ ପ୍ରତିଷ୍ଠିତ ଅଞ୍ଚଳରେ ପ୍ରାୟ ୨ ହଜାର ବଙ୍ଗଳା ଅବୈଧ ଭାବେ ନିଜ ସମ୍ପର୍କୀୟ ବା ଭିଆଇପିଙ୍କୁ ଦେଇଥିଲେ। ଆମେ ତାହାକୁ ଖାଲି କରି ଗରିବଙ୍କ ରହିବା ଉପଯୋଗ କରିଅଛୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Dec 23 , 2019
୧-CAA ଏବଂ NRC ନେଇ ମୋଦିଙ୍କ ଜବାବ: ମିଛ ପ୍ରଚାର କରୁଛନ୍ତି ବିରୋଧୀ। ୨-ଆସନ୍ତା ୨୭ରେ ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି, ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ। ୩-ମଧ୍ୟମ ଧରଣର କୁହୁଡି ସହିତ ୨୪ରୁ ୨୭ ତାରିଖ ଯାଏଁ ଓଡିଶାରେ ବର୍ଷା ସମ୍ଭାବନା। ୪-ଲକ୍ଷ୍ନୌ:ମହଙ୍ଗା ପଡିଲା CAA ବିରୋଧ: ୟୁପିର ସାର୍ବଜନିକ ସ୍ଥଳରେ ଲାଗିଲା ଦଙ୍ଗାକାରୀଙ୍କ ଫଟୋ, ସମ୍ପତ୍ତି ନଷ୍ଟ ଲାଗି ଜାରି ହେଲା ନୋଟିସ୍। ୫-ଆଜି ଝାଡ଼ଖଣ୍ଡ ବିଧାନସଭା […]

You May Like

Pin It on Pinterest