
ଭୁବନେଶ୍ୱର ୨୭।୦୨: ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ। ୩୦୯ଟି ଜିଲ୍ଲା ପରିଷଦ ଜୋନ୍ ର ପ୍ରାଥୀଙ୍କ ବାଲଟ ବାକ୍ସରେ ବନ୍ଧା ପଡିଥିବା ଭାଗ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ଖୁସି ଆଣିବାଟା ଆଉ କିଛିଙ୍କୁ ପାଇଁ ଦୁଃଖ । ଶନିବାର ପ୍ରଥମ ଦିନରୁ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବିଜେଡିର ଶଙ୍ଖନାଦ । ଏହି ପ୍ରକ୍ରିୟା ଆଜି ଓ କାଲି ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ।୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟରେ ମୋଟ ୮୫୩ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୪୭୬ରେ ବିଜୟ ଲାଭ କରିଥିଲା ।
ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଆସନ୍ତା ପୌର ନିର୍ବାଚନରେ ଶାସକ ବିଜେଡି ପାଇଁ ଏକ ସୁଖଦ ବାର୍ତା ଦେଉଛି । ଶନିବାର ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଏକାକୀ ୨୮୨ଟି ପୋଛି ନେଉଛି । ବିଜେପି ମାତ୍ର ୧୨ଟି, କଂଗ୍ରେସ ୧୬ଟି ଓ ଅନ୍ୟ ଦଳ ୫ଟିରେ ଜିତିବାକୁ ଯାଉଛି ।୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍ ଗଣତି ହେବ।



