ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୨୯୨୨ଜଣ ସୁସ୍ଥ ହୋଇଛନ୍ତି । 

 ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ । ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି  । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ୟୁକ୍ରେନ୍‌ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ବେଶ୍ ଖୁସି ଅନୁଭବ କରିଛନ୍ତି। ଅପରେସନ୍ ଗଙ୍ଗାରେ ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି।ସେହିପରି ଏବେ ବି ୟୁକ୍ରେନରେ ପାଖାପାଖି ୧୦ ହଜାର ଭାରତୀୟ ଫସି ରହିଛନ୍ତି ।

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ସାରା ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ।

ପଞ୍ଚାୟତ ନିର୍ବାଚନର ଫଳାଫଳ : . ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ  ହୋଇଛି। ୨. ନବରଙ୍ଗପୁର ଜିଲ୍ଲାର ପ୍ରଥମ ଦିନର ଗଣତି ରେ ନବରଙ୍ଗପୁର ଜିଲ୍ଳାର ୧୦ ଟି ବ୍ଲକର ୧୦ ଟି ଜିଲ୍ଲା ପରିଷଦ ଜୋନ୍, ୭୨ଟି ପଞ୍ଚାୟତର ୭୦ଟି ସରପଞ୍ଚ ଓ ୭୦ ସମିତିସଭ୍ୟ ପଦବି ପାଇଁ ଭୋଟ ଗଣତି ହୋଇଥିଲା। ପ୍ରଥମ ଦିନର ଗଣତିରେ ମୋଟ ୧୦ ଗୋଟି ଜିଲ୍ଲା ପରିଷଦ ଜୋନରୁ ୯ଟି ରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ନନ୍ଦାହାଣ୍ଡି ବ୍ଲକରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୩. ଢେଙ୍କାନାଳ ଜିଲ୍ଲାର ୮ଟା ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି  ପରେ ଫଳାଫଳ ସାମନାକୁ ଆସିଛି। ୭ଟିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ଏକମାତ୍ର ଭୁବନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ୪. କୋରାପୁଟ ଜିଲ୍ଲାର ୧୪ଟା ଜିଲ୍ଲା ପରିଷଦ ଆସନ ରେ ୮ଟିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ୫ଟି ଆସନରେ କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୨୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୧୪୭୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୨ ଲକ୍ଷ ୯୦ ହଜାର ୯୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୩ ହଜାର ୭୨୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।   

 ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଆଜି(ରବିବାର) ଜେପି ନଡ୍ଡାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ।ହ୍ୟାକ୍ ପରେ ହ୍ୟାକରମାନେ ସରି ବୋଲି ମଧ୍ୟ ଲେଖିଥିଲେ । ଏହାସହ ସେମାନେ ଲେଖିଥିଲେ ଯେ, ସରି ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏଠାରେ ଋଷକୁ ଦାନ କରନ୍ତୁ । ଋଷକୁ ସାହାଯ୍ୟ ଦରକାର ବୋଲି ହ୍ୟାକମାନେ ନଡ୍ଡାଙ୍କ ଆକାଉଣ୍ଟରେ ଲେଖିଥିଲେ ।

 ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ୫ମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟରେ ଆମେଥୀ ଓ ପ୍ରୟାଗରାଜ ସମେତ ୧୨ଟି ଜିଲ୍ଲାର ୬୧ଟି ବିଧାନସଭା ଆସନରେ ମତଦାନ ହେଉଛି । ଏହି ଆସନ ଗୁଡ଼ିକରେ ମୋଟ ୬୯୨ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ଜାରି ରହିବ ।

ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକିଭ୍‌ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ ପାଇପଲାଇନକୁ ଧ୍ୱଂସ କରିଛନ୍ତି ରୁଷ ସେନା। ଫଳରେ ହୁ ହୁ ହୋଇ ଜଳୁଛି ସାରା ଇଲକା। ଏହାର ନିଆଁ ଦୀର୍ଘ ସ୍ଥାନକୁ ମଧ୍ୟ ଦୃଶ୍ୟମାନ ହେବା ସହ ଆକଶରେ ମସରୁମ୍‌ କ୍ଲାଉଡ୍‌ ସୃଷ୍ଟି ହୋଇଛି। ପୁରା ଅଞ୍ଚଳ ଭୟଙ୍କର ଧୂଆଁରେ ଭର୍ତ୍ତି ହୋଇଯାଇଛି। ସ୍ଥିତି ଏପରି କି ଲୋକେ ଏବେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ସାମରିକ କାର୍ଯ୍ୟକଳାପକୁ ବିରୋଧ କରି ରୁଷର ବିଭିନ୍ନ ସହରଗୁଡ଼ିକରେ ବିରୋଧ ପ୍ରଦର୍ଶନ ହେଉଛି।ତେବେ ଏଥିରେ ଭାଗ ନେଇଥିବା ୩୦୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୁଟିନ ପୁଲିସ ଗିରଫ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ ପୌରନିର୍ବାଚନ ପାଇଁ ବିଜେପିର ସଜବାଜ...

Sun Feb 27 , 2022
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ପୌରନିର୍ବାଚନର ବିଗୁଲ ବାଜିବା ପରେ,ସବୁ ଛାମୁଆ ଦଳର ଆରମ୍ଭ ହୋଇଛି ସଜବାଜ |ଏହି ପରିପେକ୍ଷୀରେ ପଟାମୁଣ୍ଡାଇ ମୁନିସପାଲଟି ପାଇଁ ବିଜେପିର ନଗର ମଣ୍ଡଳ ସଭାପତି ବିଶ୍ୱରଂଜନ ପାତ୍ରଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ପୌରନିର୍ବାଚନ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିରେ ହୋଇଥିଲା |ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ କୁମାର ଜେନା,ଦଳ ତରଫରୁ କିପରି ସୁଚାରୁରୂପେ ନିର୍ବାଚନକୁ ପରିଚାଳନା କରାଯାଇ ପାରିବ ସେ […]

You May Like

Pin It on Pinterest