
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ପୌରନିର୍ବାଚନର ବିଗୁଲ ବାଜିବା ପରେ,ସବୁ ଛାମୁଆ ଦଳର ଆରମ୍ଭ ହୋଇଛି ସଜବାଜ |ଏହି ପରିପେକ୍ଷୀରେ ପଟାମୁଣ୍ଡାଇ ମୁନିସପାଲଟି ପାଇଁ ବିଜେପିର ନଗର ମଣ୍ଡଳ ସଭାପତି ବିଶ୍ୱରଂଜନ ପାତ୍ରଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ପୌରନିର୍ବାଚନ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିରେ ହୋଇଥିଲା |ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ କୁମାର ଜେନା,ଦଳ ତରଫରୁ କିପରି ସୁଚାରୁରୂପେ ନିର୍ବାଚନକୁ ପରିଚାଳନା କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |

ଏହି ବୈଠକରେ ପୂର୍ବତନ ନଗର ସଭାପତି ରୁଲିଆ ପଣ୍ଡା,କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପ ସଭାପତି ସଞ୍ଜୟ ସାହୁ,ନଗର ମଣ୍ଡଳ ସମ୍ପାଦକ ଅଶୋକ ସାହୁ(ମକୁ),ରବି ବିଶ୍ୱାଳ,ବରିଷ୍ଠ କାର୍ଯ୍ୟକର୍ତା ପ୍ରତାପ ଜେନା,ପାରେଶ୍ବର ପାତ୍ର,ଦେବାଶିଷ ମଲ୍ଲିକ,ବିଶେଶ୍ୱର ମଲ୍ଲିକ,ଦୀପକ ମଲ୍ଲିକ,ମହେନ୍ଦ୍ର କୁମାର ଦାସ,ଦିଲ୍ଲୀପ କୁମାର ସେଠି,ମଣ୍ଡଳ ମହିଳା ସଭାପତି ରଶ୍ମିତା ସାହୁ,ଶଶିକାନ୍ତ ସ୍ୱାଇଁ,ପଟାମୁଣ୍ଡାଇ ନଗର ମଣ୍ଡଳ ଯୁବ ସଭାପତି ଅଜୟ ଦାସ ଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତାମତ ରଖିଥିଲେ |