ଓଡ଼ିଶାର ରାଜ୍ୟପାଳଙ୍କ କଣ୍ଠରେ ଓଡ଼ିଶାବାସୀ ଶୁଣିବେ ବନ୍ଦେ ଉତ୍କଳ ଜନନୀ ଗୀତ…

ଦୀପକ ବେଉରା(କଟକ): ୨୮/୦୨ -ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ୍ ପୁଣି ଥରେ ଗାଇଲେ ଓଡ଼ିଆ ଗୀତ ।ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦେଶନାରେ,ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ସଜାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ଏହି ଗୀତର ରେକର୍ଡିଂ କଟକ ମିଲନ ଷ୍ଟୁଡିଓରେ କରାଯାଇଛି । ଆସନ୍ତା ଉତ୍କଳ ଦିବସରେ ଗୀତଟିକୁ ରିଲିଜ କରିବାର ଯୋଜନା ରହିଛି ।

ବନ୍ଦେ ଉତ୍କଳ ଜନନୀ ଗୀତକୁ ସ୍ଵତନ୍ତ୍ର ଭାବେ ସଜାଇଛନ୍ତି ଓଡିଆ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ଗୀତଟି ସମସ୍ତଙ୍କ ମନକୁ ଛୁଇଁବ ଏବଂ ଗୀତରେ କଣ୍ଠଦାନ କରି ବେଶ ଖୁସି ଥିବା କହିଛନ୍ତି ରାଜ୍ୟପାଳ । ରେକର୍ଡିଂ ପାଇଁ ଆସିଥିବା ବେଳେ ରାଜ୍ୟପାଳଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ବେଶ ଭିଡ ଜମି ଥିଲା ।

ରାଜ୍ୟପାଳଙ୍କ ସହ ଏହି ଗୀତରେ ଓଡିଆ ଗାୟକ ହ୍ୟୁମାନ ସାଗର, ଦୀପ୍ତି ରେଖାଙ୍କ କଣ୍ଠ ଶୁଣିବାକୁ ମିଳିବ। ଏହାସହ ସ୍ଥାନୀୟ ଡିଏଭି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ଦୀପ୍ତିରେଖା କହିଛନ୍ତି ରାଜ୍ୟପାଳଙ୍କ ସହ ଗୀତ ଗାଇବା ଏକ ସ୍ବତନ୍ତ୍ର ଅନୁଭୂତି ଏହା ଜୀବନ ସାରା ପାଇଁ ମନେ ରହିବ । ପୂର୍ବରୁ ଏହି ଗୀତକୁ ରାଜ୍ୟପାଳଙ୍କ ବାସଭବନରେ ଅଭ୍ୟାସ କରାଯାଇଥିବା ବେଳେ ଏବେ ଷ୍ଟୁଡିଓରେ ରେକର୍ଡିଂ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Mar 1 , 2022
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୩୭୩୪ଜଣ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest