
ବବିତା ସାମଲ(ଭଦ୍ରକ): ୦୧/୦୩- ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।ମୋବାଇଲ ଫୋନକୁ ମେସେଜରେ ଟୋକନ ନମ୍ବର । କିନ୍ତୁ ମଣ୍ଡିକୁ ଯିବା ବେଳେ ସମବାୟ ସମିତି କହୁଚି ଟାର୍ଗେଟ ନାହିଁ । ଭଦ୍ରକ ଜିଲ୍ଲା ଶ୍ରୀରାମ ସେବା ସମବାୟ ସମିତି ଅଧିନ ରେ ଥିବା ଚାଷୀ ମାନଙ୍କର ଏପରି ଦୁର୍ଦଶା ।ଟୋକନର ଅବଧି ମଧ୍ୟରେ ଧାନ ବିକ୍ରି ନହେବାରୁ ରାଜପଥରେ ବସିଛନ୍ତି ଚାଷୀ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ ।
ସୂଚନା ଅନୁଯାଇ, ଟୋକନ ଡେଟର ଅବଧି ପୂରଣ ହୋଇଥିଲେ ମଧ୍ୟ ଧାନ ସେବା ସମବାୟ ନେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ସମବାୟ ସମିତି କୁ ଟାର୍ଗେଟ ମିଳିନଥିବା କହୁଥିବାରୁ ଚାଷୀ ମାନେ ରାସ୍ତାରୋକ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ବହୁଦରଡା ଛକ ନିକଟ ରେ ରାଜପଥ ରେ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି ଟୋକନ ଧରି ବୁଲୁଥିବା ଚାଷୀମାନେ ।