ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର…

କରଞ୍ଜିଆ ୦୨।୦୩ -ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ପ୍ରଥମ ଥର ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର। ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି।

ମୟୁରଭଞ୍ଜର ଏହି ପ୍ରଥମ ପୋଷଣ କେନ୍ଦ୍ର ଓପିଲିପି ମାଧ୍ୟମରେ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ପରିଚାଳିତ ହେଉଛି । ଏହି ପୋଷଣ କେନ୍ଦ୍ରକୁ କରଞ୍ଜିଆ ଉପଜିଲ୍ଲାପାଳ ଉଦ୍‌ଘାଟନ କରିବା ସହ କିଭଳି ଭାବେ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଗର୍ଭବତୀ ଓ ପ୍ରସୂତି ମାଆମାନେ ପାଇପାରିବେ, ସେନେଇ ଜଶୀପୁରରେ ଥିବା ଖଡ଼ିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା...

Wed Mar 2 , 2022
ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ଆସିଥିବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା ,ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା |ଏହା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ହେବ | ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ୪ଟି ବ୍ୟାଗରେ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଯାହା ଜିଆରପି ଧରିବାରେ ସକ୍ଷମ ହୋଇଛି | ସୂଚନା ଅନୁଯାୟୀ, ଜିଆର୍‌ପିକୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ପୂର୍ବ ସୂଚନା ମିଳିଥିଲା । ଏହି ଆଧାରରେ ଜିଆର୍‌ପି […]

You May Like

Pin It on Pinterest