
ବାସ୍ତବବ୍ୟୁରୋ(ରାଉରକେଲା): ୟୁକ୍ରେନର ଟେରନୋଫିଲ ସହରରେ ରହୁଥିବା,ରାଉରକେଲା ଆନନ୍ଦ ଭବନ ଲେନ ଉମର କଲୋନିର ଜିସାନ୍ ଅହମ୍ମଦ। ସେ ୟୁକ୍ରେନରେ ଡ଼ାକ୍ତରୀ ପଢୁଥିଲେ। ଟେରନୋଫିଲ ସହରରୁ ଅନ୍ୟ ସହପାଠୀଙ୍କ ସହ ବାହାରି ରୋମାନିଆର ବୁଚାରିଷ୍ଟରୁ ସ୍ୱତନ୍ତ୍ର ବିମାନରେ ଆସି ସେ ଗତ ୨୮ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ।
ଦିଲ୍ଲୀରୁ ଝାରସୁଗୁଡ଼ା ହୋଇ ଗତକାଲି ରାତିରେ ରାଉରକେଲା ଉମର କଲୋନିର ନିଜ ଘର ପହଞ୍ଚିଥିଲେ। ଜିସାନ ପହଞ୍ଚିଲା ପରେ ଘର ଓ ପଡ଼ୋଶୀରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ସେ କହିଛନ୍ତି, ୟୁକ୍ରେନ୍ରେ ସ୍ଥିତି ସାଂଘାତିକ ହେଲାଣି। ଯୁଦ୍ଧ ସମୟର ଦୁର୍ଦ୍ଦଶା ଯାହା ଆଖିରେ ଦେଖିଛୁ ତାହା ଅବର୍ଣ୍ଣନନୀୟ।
ହେଲେ ଆମେ ରହୁଥିବା ଉଦ୍ଗ୍ରୋଦ୍ ସହରରେ ଯୁଦ୍ଧର ଏତେଟା ପ୍ରଭାବ ନ ଥିଲା। ତେବେ ଖାର୍କିଭ୍, କିଭ୍, ଲିଭିଭ୍ ଆଦି ସହରର ସ୍ଥିତି ବିଷୟରେ ଜାଣି, ଯେ କୌଣସି ସମୟରେ ଆମ ଅଞ୍ଚଳରେ ମଧ୍ୟ ଆକ୍ରମଣର ଭୟ ଲାଗିରହିଥିଲା। ଦୁଇ ଦିନ ଧରି ବଙ୍କର୍ ଭିତରେ ରହିଲୁ। ଖାଦ୍ୟପେୟର ବିଶେଷ ଅସୁବିଧା ନଥିଲା, କିନ୍ତୁ ମନରୁ ଭୟ କମୁନଥିଲା।



