ମୁଁ ୟୁକ୍ରେନ ରୁ ଫେରିଵିତ ! ମୋ ‘ସାୟରା’ ସହିତ ନହେଲେ ନାହିଁ, କେରଳର ଡାକ୍ତରୀ ଛାତ୍ରୀ ଆର୍ଯ୍ୟା ୨୦ କିଲୋମିଟର ପାଦରେ ଚାଲିଲେ ….

ନୂଆଦିଲ୍ଲୀ:ଯେଉଁଠି ଭାଇ ଭାଇର ହେଉନି,ସ୍ୱାମୀ ସ୍ତ୍ରୀର,ପୁଅ ପରକରି ଦେଉଛି ବାପ ମାଆଙ୍କୁ, ସେଠି କେରଳର ଡାକ୍ତରୀ ଛାତ୍ରୀ ଆର୍ଯ୍ୟା ଆଲଡ୍ରିନ୍ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ପାଇଁ ୟୁକ୍ରେନରୁ ନିଜ ପୋଷା କୁକୁର ସହିତ ଦେଶକୁ ନଫେରିଲେ ଫେରିବେନିବୋଲି ରୋକଠୋକ ମନାକରିଦେଲେ । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶରୁ ରକ୍ଷା ପାଇବା ପାଇଁ ଆର୍ଯ୍ୟଙ୍କୁ ଏକ ସୁଯୋଗ ମିଳିଥିଲା, କିନ୍ତୁ କୁକୁର ବିନା ସେଠାରୁ ଫେରିବାକୁ ମନା କରିଦେଇଥିଲେ ଆର୍ଯ୍ୟା । କୁକୁର ସହିତ ଫେରିବା ତାଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଲା |ଏବେ କିନ୍ତୁ ଏଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି |

ଇଡୁକିର ଏମବିବିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଆର୍ଯ୍ୟା କହିଛନ୍ତି, “ମୁଁ ସ୍ଥିର କରିଥିଲି ଯେ ଯଦି ମୁଁ ମୋ ଦେଶକୁ ଫେରିବି ତେବେ ସାଇରା ମୋ ସହିତ ଫେରିବ । ମୋତେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଛି ଏବଂ ଅନେକ ସମୟରେ ମୋତେ ଅନେକ ପ୍ରଶ୍ନ କରିବାକୁ ବାଧ୍ୟ ହୋଇଥିଲେ। କିଛି ଲୋକ ମୋତେ ଆକ୍ରମଣ କରିଥିଲେ। କିଛି ଥଟ୍ଟା କରିଥିଲେ । ମୋତେ ୨୦କିଲୋମିଟର ଚାଲିବାକୁ ପଡିଲା, ଯେତେବେଳେ ସାୟାରା ଚାଲିବାକୁ ସକ୍ଷମ ହେଲାନି,ତାକୁ ବହନ କରିବା ପାଇଁ ମୋତେ ମୋର ଡ୍ରେସ ବ୍ୟାଗ ଫିଙ୍ଗିବାକୁ ପଡିଲା | ବର୍ତ୍ତମାନ ମୁଁ ଖୁସି ଯେ ସାଇରା ମୋ ସାଥିରେ ଅଛି | “

ସାଇରାକୁ ଆଣିବା ପାଇଁ ଦୁଇ ଦିନ କଠିନ ପରିଶ୍ରମ କରିଛି
ସେ ଏକ ସଂଯୋଗ ବିମାନରେ କୋଚି ଅଭିମୁଖେ ଯାତ୍ରା କରିଥିଲେ | ଚାରିଆଡେ ଧ୍ୱଂସାବଶେଷ ମଧ୍ୟରେ ସାଇରା ର ପାସପୋର୍ଟ ଏବଂ ଅନ୍ୟାନ୍ୟ କାଗଜ ପତ୍ର ପ୍ରସ୍ତୁତ କରିବାକୁ ତାଙ୍କୁ ଦୁଇ ଦିନ କଠିନ ପରିଶ୍ରମ କରିବାକୁ ପଡି ଥିଲା ବୋଲି ସେ କହିଛନ୍ତି। ଆର୍ଯ୍ୟଙ୍କ ପୋଷା କୁକୁର ସହ ଯାତ୍ରା କରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବୁଧବାର ରାତିରେ ସେ ରୋମାନିଆର ବୁଖାରେଷ୍ଟରୁ ଏକ ବିମାନରେ ଯାତ୍ରା କରିଥିଲେ ।

‘ସାଇରାକୁ ଆଣିବା ପାଇଁ ଡ୍ରେସ ବ୍ୟାଗକୁ ଫୋପାଡି ଦେଲି
ଆର୍ଯ୍ୟ ଦିଲ୍ଲୀରେ ପହଂଚିବା ପରେ କହିଲେ, “ଛଅ ମାସର ସାଇରା ବହୁତ ବାଟ ଚାଲିବା କିମ୍ବା ଯୁଦ୍ଧର ଦୁର୍ଦଶା ସହ ଅଭ୍ୟସ୍ତ ନୁହେଁ । ଏହା ସତ୍ୱେ ସେ ମୋତେ ପୁରା ସମର୍ଥନ କରିଥିଲା । ଏକ ସମୟରେ ସେ ବହୁତ ଥକି ଯାଇଥିଲେ, କାରଣ ତା ପାଦରେ ଫୁଲା ଦେଖାଯାଉଥିଲା। ତାକୁ ବୋହି ନେବା ପାଇଁ ମୁଁ ମୋର ଡ୍ରେସ ବ୍ୟାଗକୁ ଫୋପାଡି ଦେଲି। ହିଲ ଷ୍ଟେସନ ମୁନ୍ନାରରେ ମୋର କିଛି ସମ୍ପର୍କୀୟ ଅଛନ୍ତି, ପାଣିପାଗର ପରିବର୍ତ୍ତନ ସହିତ ମୁଁ କିଛି ଦିନ ପାଇଁ ସାଇରା ସହିତ ରହିବି। “

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିରାଟ ଙ୍କ ପ୍ରଶଂସାରେ ସତମୁଖର ରୋହିତ ଶର୍ମା,ଆମେ ଯୋଉଠି ଠିଆ ହୋଇଛୁ ତାହା କେବଳ ବିରାଟ ଙ୍କ ପାଇଁ ଏବେ ଏହାକୁ ଆଗକୁ ନେବାକୁ ଚାହୁଁଛୁ....

Thu Mar 3 , 2022
ମୋହାଲି: ଭାରତର ଅଧିନାୟକ ରୋହିତ ଶର୍ମା ଗୁରୁବାର ଦିନ ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୦୦ ତମ ଟେଷ୍ଟ ପୂର୍ବରୁ ପ୍ରଶଂସା କରି କହିଛନ୍ତି ଯେ ଦଳକୁ ଏହି ଫର୍ମାଟରେ ଭଲ ସ୍ଥିତିରେ ରଖିବା ପାଇଁ ସେ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ।ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଓପନିଂ ଗେମରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଗେଇ ନେବା ପାଇଁ ରୋହିତ ତାଙ୍କ ଟେଷ୍ଟ ଅଧିନାୟକତ୍ୱ ଯାତ୍ରା ଆରମ୍ଭ […]

You May Like

Breaking News

Pin It on Pinterest