ଭାଉଜକୁ ମାରିଲା କିଏ ? ସନ୍ଦେହ ଘେରରେ ଦିଅର !

ହରିଚନ୍ଦନପୁର(ବାସ୍ତବ ଟିଭି): ହରିଚନ୍ଦନପୁର ଦଶନାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ହତ୍ରା କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ୍ ଦିଅରକୁ ସନ୍ଦେହ ଘେରରେ ରଖିଛି । ସୂଚନା ମୁତାବକ ଉମେଶଙ୍କ ତିନି ଭାଇ ଭାଉଜ ଥିଲେ ମଧ୍ୟ ଏକ ଘରୋଇ କଂମ୍ପାନୀରେ ଚାକିରି କରୁଥିବାରୁ ସମସ୍ତେ ଦିଲ୍ଲୀରେ ରହୁଥିଲେ ।

କେବଳ ଉମେଶ(୨୪) ଏକାକି ଜଣେ ଭାଉଜଙ୍କ ସହ ରହିଆସୁଥିଲେ । ଉମେଶ କୁଆଁରା ହୋଇଥିବାରୁ ଭାଉଜଙ୍କ ସହ କିଛି ଖରାପ ସମ୍ପର୍କ ରଖିବାକୁ ନେଇ ହତ୍ୟା କରିଥିବା ନେଇ ସନ୍ଦେହ କରିଛି ପୋଲିସ୍ । ହେଲେ ଅନ୍ୟପଟେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭାଉଜଙ୍କ ମୃତ୍ୟୁ ଦିନ ଉମେଶ ଗାଁରେ ନଥିଲେ । ଏବଂ ଏହି ଘଟଣାରେ ଉମେଶ ସଂପୃକ୍ତ ନଥିବା ଗ୍ରାମବାସୀ ମତବ୍ୟକ୍ତ କହିଛନ୍ତି । ପୋଲିସ୍ ଏହି ଘଟରାରେ ସାଇଣ୍ଟଫିକ୍ ଟିମ୍ ସହ ସନ୍ଧାନି କୁକୁରର ସହାୟତା ନେଇଥିବା ଜଣାପଡ଼ିଛି । ହେଲେ ଅପରାଧିକୁ ଧରିବାକୁ ସକ୍ଷମ ହୋଇନଥିବାବେଳେ ଅନ୍ଧାରରେ ବାଡି ବୁଲାଉଥିବା ଦେଖିବାକୁ ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମିଛ କହିଲେ ବୈଜୟନ୍ତ !

Thu Mar 7 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ଦିଲ୍ଲୀରେ ବିଜେପି ସହ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇ ସାରିବାପରେ ଭୁବନେଶ୍ୱର ଫେରିଛନ୍ତି ବୈଜୟନ୍ତ ପଣ୍ଡା । ଭୁବନେଶ୍ୱର ଫେରିବା ପରେ ବିଜେପି ପାର୍ଟି ଅଫିସରେ ମିଛ କହିଛନ୍ତି ବୈଜୟନ୍ତ । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ମୁତାବକ ଗତକାଲି ବୈଜୟନ୍ତ କହିଥିଲେକି ବିଜେଡ଼ି,ବିଜେପି ସହୋଯୋଗରେ ପ୍ରତିଷ୍ଠା ହୋଇଥିଲା । ଏବଂ ବିଜେଡିରେ ରହି ବିଜେପିରେ ଯୋଗଦେବାକୁ ମୁଁ […]
baijayanataaknsdv

You May Like

Pin It on Pinterest