ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୪୭୫୬ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।  ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ସେପଟେ ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହୋଇ ଶିକାରୀ କୁକୁରଙ୍କ ହାବୁଡରେ ପଡୁଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଜେରିଆଟିକ୍ କେୟାର କ୍ଲିନିକ୍ ସେବା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମି ରଂଜନ ମହାନ୍ତି ଏହାର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏହି କ୍ଲିନିକ୍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ : ପ୍ରଫେସର ଡ. ରଶ୍ମି ରଂଜନ ମହାନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୫୧ ହଜାର ୫୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୯୮୯୭ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୩ ଲକ୍ଷ ୬୭ ହଜାର ୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୪ ହଜାର ୫୮୯ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ୟୁକ୍ରେନରେ ପ୍ରାଣ ହରାଇଥିବା ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ଭାରତ ଆଣିବାକୁ ପରିବାର ଲୋକ ସରକାରଙ୍କୁ ଅନୁରୋଧ କରୁଛନ୍ତି। ହେଲେ କର୍ଣ୍ଣାଟକାର ଜଣେ ବିଜେପି ବିଧାୟକଙ୍କ ବୟାନ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ୟୁକ୍ରେନରୁ ନବୀନଙ୍କ ମୃତଦେହ ଆଣିଲେ ବିମାନରେ ଅଧିକ ଜାଗା ଦରକାର ହେବ। ମୃତଦେହ ବଦଳରେ ବିମାନରେ ୮ରୁ ୧୦ ଜଣ ଜୀବିତ ଲୋକ ଆସିପାରିବେ ବୋଲି ସେ କହିଛନ୍ତି। ବିଜେପି ବିଧାୟକଙ୍କ ଏପରି ବୟାନକୁ ନବୀନଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଗୁରୁବାର ରାତିରେ ବିହାରର ଭାଗଲପୁର ଜିଲ୍ଲାରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ୩ ତାଲା କୋଠା ଧରାଶାୟୀ ହେବାରୁ ଅନ୍ୟୁନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୮ଜଣ ଆହତ ହୋଇଛନ୍ତି। ପୁଲିସ ଓ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ ଅଭିଯାନ ଆରମ୍ଭ କରିଥିଲେ। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୂପ ତଳେ ୧୦ରୁ ୧୫ଜଣ ବ୍ୟକ୍ତି ରହିଯାଇଥିବା ଆଶଙ୍କା କରାଯାଉଛି।

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ରୁଷର ବୋମା ମାଡ଼ରେ ୟୁକ୍ରେନ ରେ ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ସରକାରୀ ପ୍ରତିଷ୍ଠାନ, ସ୍କୁଲ ଓ ହସ୍ପିଟାଲରେ ମାଟିରେ ମିଶି ଯାଇଛି। ତଥାପି ୟୁକ୍ରେନ ସେନା ରୁଷ ସହ ଲଢ଼େଇ କରୁଛନ୍ତି। ଆଲୋଚନା ଦ୍ୱାରା ଯୁଦ୍ଧ ଶେଷ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ପୁଟିନ ସମସ୍ତଙ୍କୁ ନିରାଶ କରିଛନ୍ତି। ଦେଶର ସୁରକ୍ଷା ପରିଷଦର ସଦସ୍ୟଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି, “ଯୋଜନା ଅନୁସାରେ ୟୁକ୍ରେନରେ ସ୍ପେଶାଲ ମିଲିଟାରୀ ଅପରେସନ ଜାରି ରହିବ। ଧାର୍ଯ୍ୟ ସୂଚୀକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ୟୁରୋପର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ଉପରେ ରୁଷ ହମଲା କରିବା ପରେ ସମଗ୍ର ବିଶ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଜାପୋରିଝଝିଆରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷ ବୋମା ମାଡ଼ କରିବାରୁ ଏଥିରେ ନିଆଁ ଲାଗି ଯାଇଛି। ଯଦି ଏହାକୁ ଠିକଣା ସମୟରେ ନିୟନ୍ତ୍ରଣ ନ କରାଯିବ, ତା’ହେଲେ ପ୍ଳାଣ୍ଟରୁ ନିର୍ଗତ ହେବାକୁ ଥିବା ନ୍ୟୁକ୍ଲିୟର ବିକିରଣ ସମଗ୍ର ୟୁରୋପକୁ ଛାରଖାର କରିଦେବ ବୋଲି ଆଶାଙ୍କା ପ୍ରକାଶ ପାଇଛି। ରୁଷ ଗୁଳିମାଡ଼ କରୁଥିବାରୁ ଅଗ୍ନିଶମ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ ଅଧିକାରୀମାନେ ସେଠାକୁ ଯାଇ ପାରୁ ନାହାନ୍ତି। ଫଳରେ ଆଣବିକ ପ୍ଲାଣ୍ଟରେ ନିଆଁ ବ୍ୟାପୁଛି। 

ରୁଷୀୟ ସେନା ଆକ୍ରମଣରେ ୟୁକ୍ରେନ୍‌ସ୍ଥିତ ୟୁରୋପ୍‌ର ବୃହତ୍ତମ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ନିଆଁ ଲାଗିବା ପରେ ରୁଷ୍‌କୁ ଅନୁରୋଧ କରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସେଠାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରି ଦମକଳ ବାହିନୀକୁ ଛଡ଼ାଯାଉ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ପରି ବାଇଡେନ୍‌ ମଧ୍ୟ ରୁଷ୍‌କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅଞ୍ଚଳରୁ ରୁଷ୍‌ ସାମରିକ କାର୍ଯ୍ୟକଳାପରୁ ନିବୃତ୍ତ ରହି ଘଟଣାସ୍ଥଳକୁ ଦମକଳ ବାହିନୀ ଏବଂ ଜରୁରୀକାଳୀନ ପରିସ୍ଥିତି ମୁକାବିଲାକାରୀଙ୍କୁ ଛାଡ଼ନ୍ତୁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ଚୌଦ୍ୱାର ପୁଲିସ୍‌ ଜାଲରେ ଟ୍ୱିନ୍‌ ସିଟିର ଚେନ ଲୁଟେରା ରାକେଟ ୨୨ଟି ସୁନା ଚେନ୍‌ ଜବତ...

Sat Mar 5 , 2022
ଦୀପକ ବେଉରା(କଟକ): କଟକ ଚୌଦ୍ୱାର ପୁଲିସ୍‌ ଜାଲରେ ଟ୍ୱିନ୍‌ ସିଟିରେ ବୁଲି ବୁଲି ଚେନ୍‌ ଛିଣ୍ଡାଉଥିବା ବଡ ରାକେଟ । ପଇସା ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍‌ ବହୁ ଦିନରୁ ପିଛା କରୁଥିଲା ବେଳେ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୨୨ଟି ସୁନା ଚେନ୍‌ ଜବତ ହୋଇଛି । ଗିରଫ ଲୁଟେରାମାନେ ଗ୍ୟାଙ୍ଗର […]

You May Like

Pin It on Pinterest