ଆଜିର ଖାସ୍ ଖବର

୧-ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : ବୁମରା ଓ ଧାୱନଙ୍କ ପ୍ରତ୍ୟାବର୍ତ୍ତନ।

୨-ପିଆଜ ପରେ ଆଳୁ ପାଳି !ଖୁଚୁରା ବଜାରରେ ଦାମ ରହିଛି ୩୦ ଟଙ୍କା।

୩-୬୮ତମ ସିନିୟର ଜାତୀୟ ଭଲିବଲ୍‌ (ପୁରୁଷ ଓ ମହିଳା) ଚାମ୍ପିୟନସିପ୍‌ ୨୦୧୯, କିଟ୍‌ ପରିସରରେ ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବ।ସମଗ୍ର ଦେଶରୁ ୭୦ ଟି ଦଳ ଓ ୧୨ ଶହରୁ ଅଧିକ ଖେଳାଳି ଓ ଅଫିସିଆଲ୍‌ ଯୋଗ ଦେବେ।

୪-ନୂଆବର୍ଷରେ ‘ମୋ ସରକାର’ରେ ସାମିଲ ହେବ ଶ୍ରମ ବିଭାଗ, ଦାଦନ ଚାଲାଣ ରୋକିବା ପାଇଁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ।

୫-ପଦୋନ୍ନତି ଯୋଗ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସିର ଖବର, ଜାନୁଆରୀ ୧ରୁ ମିଳିବ ପଦୋନ୍ନତି।

୬-କିସ୍‌ରେ ହେବ ରଗ୍‌ବୀ ହାଇ ପରଫରମାନ୍ସ ସେଣ୍ଟର । ଏନେଇ କିସ୍‌-କିଟ୍‌ ଓ ଭାରତୀୟ ରଗ୍‌ବୀ ଫୁଟ୍‌ବଲ୍‌ ସଂଘ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ।

୭-‘ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବାର ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆତ୍ମାହୁତି ଦେବି’:କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଚେତାବନୀ ।

୮-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ୟୁପି ସ୍କୁଲ: ଛାତ୍ରୀଙ୍କୁ ମାଡ଼ ମାରି ଜେଲ୍‌ ଗଲେ ପ୍ରଧାନ ଶିକ୍ଷୟିତ୍ରୀ ଲୀନା ନନ୍ଦ।

୯-ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ରଘୁବର ଦାସଙ୍କ ଇସ୍ତଫା, ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଓ ମହିପୁର ରେଳ ଲାଇନକୁ ଆସନ୍ତା୨୬ ତାରିଖରେ ଦେଶପାଇଁ ସମର୍ପିତ କରିବେ I

Tue Dec 24 , 2019
ବାସ୍ତବ ବ୍ୟୁରୋ-ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ମହିପୁର କୁ ସମ୍ପ୍ରସାରଣ କରାଯିବ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରିବେ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ ଆସନ୍ତା ୨୬ ତାରିଖ (ଗୁରୁବାର) ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ […]

You May Like

Pin It on Pinterest