ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୦୧୯ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ବିଜେଡି ଘୋଷଣା କଲା ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ସେହିପରି କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କଟକ ମହାନଗର ନିଗମ ପାଇଁ ସୁବାସ ସିଂହଙ୍କ ନାମ ଘୋଷଣା କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛି ଦଳ ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା, ଖରାଟିଆ ରହିବା ସହ ଆକାଶ ନିର୍ମଳ ରହିବ। କିନ୍ତୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୯ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୫୭ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୩୮୭୮ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୩ ଲକ୍ଷ ୭୮ ହଜାର ୭୨୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୪ ହଜାର ୮୭୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଆଜି ୨ୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ୨୨ଟି ଆସନରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇବୋବି ସିଂହ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୯୨ ଜଣ ପ୍ରାର୍ଥୀ ଅଛନ୍ତି । ସନ୍ଧ୍ୟା ଯାଏଁ ମତଦାନ ପ୍ରକ୍ରିୟା ଜାରି ରହିବ ।
ୟୁକ୍ରେନରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବ ଋଷ । ଏଥିପାଇଁ ରୁଷର ବସ୍ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଗୁଡ଼ିକ ଖୁବଶୀଘ୍ର ଖାରକିଭ ଓ ସୁମି ଭଳି ସହରରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବେ। ଏ ସମ୍ପର୍କରେ ଆଜି ରୁଷ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ଅବଗତ କରାଯାଇଛି।
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହୋଇଥିବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ସଂସ୍ଥା (ଏଫଏଟିଏଏଫ୍) ର ବୈଠକର ଅନ୍ତିମ ଦିନରେ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଛି । ପାକିସ୍ତାନର ନାମ ଆଗାମୀ ଜୁନ ମାସ ଯାଏଁ ପାକିସ୍ତାନକୁ ଗ୍ରେ ତାଲିକାରେ ରହିବାକୁ ହେବ ।
ୟୁକ୍ରେନ୍ ସହିତ ଜାରି ଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଫେସବୁକ ସହିତ ଟୁଇଟର ଓ ୟୁଟ୍ୟୁବକୁ ମଧ୍ୟ ଦେଶରେ ବ୍ଲକ କରିଦେଇଛି । ଅଭିଯୋଗ ହୋଇଛି ଯେ, ଏହି ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମ ରୁଷୀୟ ମିଡିଆ କଂପାନି ସହିତ ଭେଦଭାବପୂର୍ଣ୍ଣ କରିଥିଲା । ଅନ୍ୟପଟରେ ଫେସବୁକ କହିବା ଅନୁସାରେ ରୁଷିଆର ଏହି କଟକଣା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱସନୀୟ ସୂଚନାରୁ ବଂଚିତ କରିଛି ।
ଋଷକୁ ବଡ ଝଟ୍କା । ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ସାମସଙ୍ଗ୍ ସମସ୍ତ ପ୍ରଡକ୍ଟର ସିପମେଣ୍ଟ୍ ସସପେଣ୍ଡ୍ କରିଥିବା ଘୋଷଣା କରିଛି ।ସାମସଙ୍ଗ୍ କହିଛି ଯେ, ସେମାନେ ସ୍ଥିତି ଉପରେ ନିରନ୍ତର ଭାବେ ନଜର ରଖିଛନ୍ତି । ଏହାପରେ କମ୍ପାନୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସାମସଙ୍ଗ୍ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଚିପ୍, କନଜ୍ୟୁମର୍ ଇଲେକ୍ଟ୍ରୋନିକ୍ସ ସପ୍ଲାଇ ମଧ୍ୟ ବନ୍ଦ କରିଛି । ଏହାସହ ୟୁକ୍ରେନବାସୀଙ୍କ ପାଇଁ କମ୍ପାନୀ ଅର୍ଥ ସଂଗ୍ରହ କହୁଛି ।
ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି । ୟୁକ୍ରେନରେ ଫସିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ ପୁଟିନ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି । ଫସିଥିବା ଲୋକେ ନ ବାହାରିବା ଯାଏଁ ଆକ୍ରମଣ କରାଯିବ ନାହିଁ ।



