ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଓ ମହିପୁର ରେଳ ଲାଇନକୁ ଆସନ୍ତା୨୬ ତାରିଖରେ ଦେଶପାଇଁ ସମର୍ପିତ କରିବେ I

ବାସ୍ତବ ବ୍ୟୁରୋ-ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ମହିପୁର କୁ ସମ୍ପ୍ରସାରଣ କରାଯିବ

ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରିବେ

ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ

ଆସନ୍ତା ୨୬ ତାରିଖ (ଗୁରୁବାର) ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଓ ମହିପୁର ରେଳ ଲାଇନକୁ ଦେଶପାଇଁ ସମର୍ପିତ କରାଯିବ I ଶ୍ରୀ ପ୍ରଧାନ ମଧ୍ୟ ନୟାଗଡ଼ ଟାଉନ ଷ୍ଟେସନ ଠାରେ ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରାଇବେ I

ଏହା ବ୍ୟତୀତ ଗୁରୁବାର ସକାଳେ ଶ୍ରୀ ପ୍ରଧାନ ଭୁବନେଶ୍ୱର ରେଳଷ୍ଟେସନ ଠାରେ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ୱାରା ପ୍ରାୟୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦ୍ଘାଟନ କରାଇବା ସହିତ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରାଇବେ I

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ଼. ରଘୁନାଥ ମହାପାତ୍ରଙ୍କ ସହିତ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହିବାକୁ ଥିବାବେଳେ ନୟାଗଡ଼ ଟାଉନ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ, ସାଂସଦ ଶ୍ରୀ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Dec 26 , 2019
୧-କାଳିଆ-ପିଏମ କିଷାନ ପରେ ମିଶିବ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଭାରତ ଯୋଜନା? ଚାଲିଛି ବିଚାରବିମର୍ଶ। ୨-ଆସନ୍ତା ବର୍ଷ ୮୨ ଦିନ ଛୁଟି ରହିବ ସରକାରୀ ସ୍କୁଲ, ରାଜ୍ୟ ସରକାର ପ୍ରକାଶ କଲେ ଛୁଟି ତାଲିକା। ୩-କୁହୁଡି ସମ୍ଭାବନା,୨୮ରୁ ଖସିବ ପାରଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର ୪-ସ୍କୁଲ ପିଲାଙ୍କୁ ଗାଡ଼ି ମନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି। ୫-ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ଇନଡୋର […]

You May Like

Pin It on Pinterest