ପାର୍ଲାମେଣ୍ଟ ନିଉଜ ଢାଞ୍ଚାରେ,ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌…

File photo

ମନୋଜ ମହାନ୍ତି(ଭୁବନେଶ୍ୱର):୦୬।୦୨- ପାର୍ଲାମେଣ୍ଟ ନିଉଜ ଢାଞ୍ଚାରେ,ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଶ୍ରୀ ପାତ୍ର,ଆହୁରୀ ମଧ୍ୟ କହିଛନ୍ତି କି,ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ୍‌, ଗତ ଶନିବାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶୁଭାରମ୍ଭ ହୋଇଛି । ବିଧାନସଭା ପରିସରରେ ଷ୍ଟଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବରେ ପ୍ରସାରଣ ହେବ । ପରେ ଏହାକୁ ସାଟେଲାଇଟ୍‌ ହେବାର ଯୋଜନା ମଧ୍ୟ ରହିଛି । ବିଧାନସଭା ସଂପର୍କିତ ଖବର ଏଠାରେ ପ୍ରସାରଣ କରାଯିବ । ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସେହିପରି ‘ବିଧାନସଭା ପତ୍ରିକା’ ନାମରେ ଏକ ମାସିକ ପ୍ରତିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କୀତ ଖବର ପ୍ରକାଶ କରାଯିବ । ଲୋକଙ୍କ ସଠିକ୍ ତଥ୍ୟ ଦିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନ୍ ଏ ସି ରେ ଆଜି ନାମାଙ୍କନ କଲେ ୧୭ କାଉନସିଲର ପ୍ରାର୍ଥୀ ଓ ଜଣେ ଅଧ୍ୟକ୍ଷ ପ୍ରାର୍ଥୀ ...

Sun Mar 6 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୬/୦୩ -ଚାନ୍ଦବାଲି ଏନ ଏ ସି ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ୩ ପ୍ରମୁଖ ଦଳର ୧୭ କାଉନ୍‌ସିଲର ଓ ଜଣେ ଅଧ୍ୟକ୍ଷ ପ୍ରାଥୀନୀଙ୍କ ନାମାନଙ୍କ ପତ୍ର ଦାଖଲ lପୌର ନିର୍ବାଚନ ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଂଚଳରେ ୩ ରାଜନୈତିକ ଦଳ ପକ୍ଷରୁ ଚାଲିଛି କଡ଼ା ଟକର । ୨ ତାରିଖରୁ ୭ ତାରଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଶେଷ ଦିନ ମଧ୍ୟରେ ଆଜି ଷଷ୍ଠ ଦିନରେ […]

You May Like

Pin It on Pinterest