
ନବୀନ ଦାଶ(ବରଗଡ଼): ରାଜ୍ୟରେ ଦିନକୁ ଦିନ ମଦ,ଗଞ୍ଜାଇ ଓ ନିଶା ମାଫିଆ ଙ୍କ ଆତଙ୍କ ହୁ ହୁ ହେଇ ବଢ଼ି ଚାଲିଥିବାବେଳେ ଅଣାୟତ୍ତ ହୋଇଛି ନିଶା କାରବାର। ଯାହା ବରଗଡ଼ଜିଲ୍ଲା ଅତାବିରା ପୋଲିସ ଦ୍ୱାରା ବିପୁଳ ପରିମାଣ ର ଗଞ୍ଜାଇ ଜବତ ହୋଇଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି।
ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଅତାବିରା ପୋଲିସ ଆଇଆଇସି ଅନୀଲ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗୋଡ଼ଭଗା ରୁ ସୋନପୁର ରାସ୍ତା ରେ ଥିବା ଭାଲୁଡୁଙ୍ଗୁରି ସ୍ଥିତ ରୁଚି ଢ଼ାବା ପାଖରେ ପୋଲିସ ପହଞ୍ଚି ଏକ ଗଂଜେଇ ବୋଝେଇ ସୁଇପ୍ଟ କାର ଏବଂ ଆପାଚି ମୋଟର ସାଇକଲ କୁ କାବୁ କରିଥିଲେ।ଘଟଣା ସ୍ଥଳରୁ ଏକ ଧଳା ରଙ୍ଗର ସୁଇପ୍ଟ ଡିଜାୟର କାର ଓଡ଼ି ୧୪ ଏ ୯୬୧୧ ଓ ଏକ ଆପାଚି ମୋଟର ସାଇକଲ ଓଡ଼ି ୨୭ ବି ୯୩୬୬ ଗାଡି ଏବଂ ୬ ଟି ମୋବାଇଲ ସହିତ ୬୬ କେଜି ୧୦୦ ଗ୍ରାମ ମାତ୍ରା ରେ ଗଞ୍ଜେଇ ଜବତ କରିବା ସହ 6 ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।ସମସ୍ତ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ର ହୋଇଥିବା ଏସ୍ଡିପିଓ ଦୀପକ ଗୋଛାୟତ ସୂଚନା ଦେଇଛନ୍ତି।