
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୭।୦୩- ପୌର ନିର୍ବାଚନରେ ରହିବନାହିଁ କୌଣସି କୋଭିଡ କଟକଣା ।ଚଳିତ ବର୍ଷ ମୋଟ ୪୨ ଲକ୍ଷ ଭୋଟର ସେମାନଙ୍କ ମତ୍ତ ସାଵସ୍ତ୍ୟ କରିବେ ।ମୋଟ ୧୮୯୯ଟି ଓ୍ୱାର୍ଡର ୪୪୭୫ଟି ବୁଥ୍ ରେ ହେବ ପୌର ନିର୍ବାଚନ। ନିର୍ବାଚନ ପରିସ୍ତିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି । ଏହାପରେ ମାର୍ଚ୍ଚ ୯ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରାର୍ଥୀ ପତ୍ର ପତ୍ୟାହର । ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ।ତେବେ ଏଥର ନିର୍ବାଚନ ଇଭିଏମ୍ରେ କରାଯିବ । ପ୍ରତିଟି ବୁଥ୍ରେ ୨ଟି ଲେଖାଏଁ ଇଭିଏମ୍ ରଖାଯିବ । ଗୋଟିଏ କାଉନ୍ସିଲର/କର୍ପୋରେଟରଙ୍କ ରହିବାକୁ ଥିବା ବେଳେ ଆଉ ଗୋଟିଏ ମେୟର/ପୌରାଧ୍ୟକ୍ଷଙ୍କ ରହିବ । ଇଭିଏମ୍କୁ ରଖିବା ପାଇଁ ୩ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ସିସିଟିଭ୍ ସର୍ଭିଲାନ୍ସରେ ଷ୍ଟ୍ରଙ୍ଗ ରୁମ୍କୁ ରଖାଯିବ ।
ସେହିପରି ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୁଲିଂ ଅଫିସର ରହିବେ । ଏଥରକ ନିର୍ବାଚନରେ କୌଣସି କୋଭିଡ ସଂପର୍କିତ କଟକଣା ରହିବନାହିଁ । ଏହାପରେ ସ୍ଥିତି ଦେଖି ନିୟମରେ ପରିବର୍ତ୍ତନ କରାଯାଇପାରେ । ପୌର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଓ ପୁଲିଂ ଅଫିସର ବାଲାଟ ପେପର ଜରିଆରେ ନିଜର ଭୋଟ ଦେବେ ।