କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ଭୁଶୁଡ଼ିଲା ପୋଲ ଏବେ ସୁଦ୍ଧା ପ୍ରାୟ ୩ ମୃତ…

କଟକ(ଦୀପକ ବେଉରା): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ଭୁଶୁଡ଼ିଲା ପୋଲ ।ଏହି ପୋଲଟି ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ । ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ମାଟି ତଳୁ ୨ ଜଣକୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି।

ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିଲା। ଠିକ୍‌ ଏହି ସମୟରେ ହଠାତ୍‌ ନିର୍ମାଣାଧୀନ ବ୍ରିଜ୍‌ ର କାଂଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍‌ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ଏହି ଖବର ପ୍ରଚାରିତ ହେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଜଣଙ୍କୁ ଉଦ୍ଧାର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେପରେ ଆଉ ଜଣଙ୍କୁ । ଏବେ ମଧ୍ୟ ମାଟି ତଳେ ଆଉ ଜଣେ ଦୁଇ ଜଣ ଚାପି ହୋଇଥିବା ଜଣାପଡ଼ିଛି।

ମାଟି ତଳେ ଚାପି ହୋଇଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ କିଂବା ପରିବା ବେପାରୀ, ହୋଇପାରନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ମହା ଦୁର୍ନୀତିର ହେବକି ପର୍ଦ୍ଦାଫାଶ ?

Wed Mar 9 , 2022
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟରେ ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ମହା ଦୁର୍ନୀତିର ତଦନ୍ତ ପାଇଁ ପଞ୍ଚାୟତ ବାସୀ, ପ୍ରଥମେ ବିଡିଓ ଓ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ l ଏଥିରେ ପଂଚାୟତ ବାସୀ ନ୍ୟାୟ ନ ପାଇବାରୁ ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିନେଇ ଆଜି ଲୋକୟୁକ୍ତଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି। ଲୋକାୟୁକ୍ତରେ କେଶ ନମ୍ବର LY ୧୨୫୭/୨୦୨୯ ଆଧାରରେ […]

You May Like

Pin It on Pinterest