
ବବିତା ସାମଲ(ଭଦ୍ରକ): ୧୦/୦୩-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା,ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳସାହିରେ ଥିବା ରାମନାରାୟଣ ଉଚ୍ଚ ବିଦ୍ୟାଳୟର ହିରକ ଜୟନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ,ପ୍ରଥମେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ଯାଇ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ସମାଧି ପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।ଏହା ପରେ ପ୍ରଫେସର ଡଃ ଗଣେଶୀ ଲାଲ କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିଦର୍ଶନ କରି ଲଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ରାଜ୍ୟପାଳ ଶ୍ରୀ ଲାଲ କହିଛନ୍ତି କାନ୍ତକବିଙ୍କ ସମଧିପୀଠ ଦର୍ଶନ କରିବାର ସୌଭାଗ୍ୟ ମିଳିଥିବାରୁ ସେ ବହୁତ ଖୁସି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ହିରକ ଜୟନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।