ଆଜିର ଖାସ୍ ଖବର

୧-କାଳିଆ-ପିଏମ କିଷାନ ପରେ ମିଶିବ କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଭାରତ ଯୋଜନା? ଚାଲିଛି ବିଚାରବିମର୍ଶ।

୨-ଆସନ୍ତା ବର୍ଷ ୮୨ ଦିନ ଛୁଟି ରହିବ ସରକାରୀ ସ୍କୁଲ, ରାଜ୍ୟ ସରକାର ପ୍ରକାଶ କଲେ ଛୁଟି ତାଲିକା।

୩-କୁହୁଡି ସମ୍ଭାବନା,୨୮ରୁ ଖସିବ ପାରଦ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

୪-ସ୍କୁଲ ପିଲାଙ୍କୁ ଗାଡ଼ି ମନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡ଼ଲାଇନ ଜାରି।

୫-ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଲା ୬୮ତମ ଜାତୀୟ ସ୍ତରୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ଚାମ୍ପିଅନସିପ ।ଗୁଜୁରାଟ, ବିହାର, ଆସାମ, ମଣିପୁର, ତେଲେଙ୍ଗାନା ଆଦି ରାଜ୍ୟରୁ ପ୍ରାୟ ୩ ହଜାର ଖେଳାଳି ଭାଗ ନେଇଛନ୍ତି ।

୬-ମୃତ ବିଦ୍ୟୁତ୍ କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରୀ।

୭-ଆଜି ସକାଳ ୮ଟାରୁ ଆରମ୍ଭ ହୋଇ ୧ଟା ୩୬ ମିନିଟରେ ଶେଷ ହେବ ସୂର୍ଯ୍ୟୋପରାଗ।

୮-Reliance Jio ଗ୍ରାହକମାନଙ୍କ
ପାଇଁ ଲଞ୍ଚ କଲା ‘ମାଇଗ୍ରେସନ ପ୍ଲାନ’, ୟୁଜର୍ସ ମାନଙ୍କୁ ମିଳିବ ୫୦ ଜିବି ଡାଟା ସୁବିଧା।

୯-ଉଦ୍ଭାବନ ହେଲା ‘ରାମାନୁଜନ୍‌ ମେସିନ’ : ଭାରତୀୟ ଗଣିତଜ୍ଞଙ୍କ ନାମରେ ନାମିତ କଲା ଇସ୍ରାଏଲ।
ଆଲଗୋରିଦିମର ସରଳ ସମାଧାନ ପାଇଁ ଏହି ଯନ୍ତ୍ରାଂଶ ଉଦ୍ଭାବିତ।

୧୦-ଆସନ୍ତା ଜାନୁଆରୀ ୮ରେ ଉଦଘାଟନ ହେବ ମୟୂରଭଞ୍ଜ କିସ୍‌ ଶାଖା । ଏହି କିସ୍‌ ଆଦାନୀ ଶାଖାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Dec 27 , 2019
୧-ଗଜପତି:ଏସ୍‌ପି ସାରା ଶର୍ମାଙ୍କ ନିଆରା ଉଦ୍ୟମ : ‘ସୁରଭି ମିଲକ୍ ପାର୍ଲର’ ଖୋଲି କିନ୍ନରଙ୍କୁ କରାଇଲେ ସ୍ୱାବଲମ୍ୱୀ। ୨-ଜରୁରୀକାଳୀନ ପାଣ୍ଠିରୁ ଶ୍ରୀମନ୍ଦିର ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର। ୩-Good governance index ଶୀର୍ଷରେ ତାମିଲନାଡୁ, ଚତୁର୍ଦ୍ଦଶତମ ସ୍ଥାନରେ ଓଡିଶା।ତାମିଲନାଡୁ ସୁଶାସନ ସୂଚୀରେ ପ୍ରଥମ , ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୪-ନୂଆ ବର୍ଷକୁ ଭିଜାଇବ ବର୍ଷା,୨୮ରୁ ୩୦ […]

You May Like

Pin It on Pinterest