କେନ୍ଦ୍ରୀୟ କାୟାକଳ୍ପ ଟିମ୍ ର ପାଟକୁରା ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ…

କେନ୍ଦ୍ରାପଡା(ରାକେଶ ମହାନ୍ତି): କେନ୍ଦ୍ରାପଡ଼ାରେ ଆଜି କେନ୍ଦ୍ରୀୟ କାୟାକଳ୍ପ ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ର ୨ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରିଛନ୍ତି । ତିନି ଜଣିଆ କେନ୍ଦ୍ରୀୟ ଟିମ ପାଟକୁରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପରିସର ର ସ୍ୱଛତା,ପରିଛନ୍ନ, ସ୍ଥିତି କୁ ଅନୁଧ୍ୟାନ କରି ଆଗାମୀ ଦିନରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ବୟ ର ବିକାଶ ଓ ସମୃଦ୍ଧି ପାଇଁ କି ପ୍ରକାର ଯୁଗାନ୍ତକାରୀ ପଦକ୍ଷେପ ନେଇ ହେବ ସେ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ଅପରାହ୍ନ ସମୟରେ ଏହି କlୟାକଳ୍ପ ଟିମ ଅlସି ପ୍ରଥମେ ପାଟକୁରା ଓ ପରେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l


ତେବେ ଏହି ଟିମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବ୍ୟବସ୍ଥା,ଅବ୍ୟବସ୍ଥା କୁ ମୂଲ୍ୟାଙ୍କନ କରି ଯଥୋଚିତ ମାର୍କ ଦିଆଯିବ ବୋଲି ଆଶା କରାଯାଉଛି lକିନ୍ତୁ ଡେରାବିଶ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ରେ କିଛି କିଛି ଅବ୍ୟବସ୍ଥା ଥିବା କଥା ପରିଲକ୍ଷିତ ହୋଇଛି ଓ ଏନେଇ ସ୍ଵାସ୍ତ୍ୟ କେନ୍ଦ୍ର ଅଧିକାରୀ ଙ୍କ ଆଶାନୁଯାୟୀ ଉତ୍ତର ମିଳିପାରିନାହିଁ l ତେବେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁବ୍ୟବସ୍ଥା ପରିଲକ୍ଷିତ ହେଇଥିବl ବେଳେ ଡେରାବିଶ ର ଅବ୍ୟବସ୍ଥା କୁ ଦୃଷ୍ଟି ରଖିବେ ବୋଲି କlୟାକଳ୍ପ ଟିମ ସୂଚନା ଦେଇଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୩୦ ଅପ୍ରେଲ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ,ଏହି ୪ ଟି ରାଶି ପାଇଁ ବହୁତ ଲାଭଦାୟକ ହେବ...

Sat Mar 12 , 2022
ଡ଼. ନଣକିଵୋର ମିଶ୍ର ୨୦୨୨ ମସିହାରେ, ଦୁଇଟି ସୂର୍ଯ୍ୟ ପରାଗ ଅଛି | ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୩୦ ଏପ୍ରିଲରେ ଘଟିବାକୁ ଯାଉଛି |ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ | ଏଥି ସହିତ, ଅକ୍ଟୋବର ୨୫ ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ | ଏହି ସୂର୍ଯ୍ୟ ପରାଗ ମଧ୍ୟ ଆଂଶିକ ହେବ | ୩୦ ଏପ୍ରିଲରେ ସୂର୍ଯ୍ୟପରାଗ ୧୨ :୧୫ ମଧ୍ୟରାତ୍ରିରୁ ଆରମ୍ଭ ହୋଇ […]

You May Like

Pin It on Pinterest