ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ବିଧାୟକଙ୍କ କାର୍‌ରେ ନିଆଁ ଲଗାଇ ଦେଲେ କର୍ମୀ….

ମନୋଜ ମହାନ୍ତି(ଖୋର୍ଦ୍ଧା):୧୨।୦୩- ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ । ବ୍ଲକ ଚେୟାରମ୍ୟାନ୍‌ ନିର୍ବାଚନ ବେଳେ ବ୍ଲକ ଅଫିସ ନିକଟରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦେବ ସାମାନ୍ୟ ଆହତ ହୋଇଛନ୍ତି । ବିଧାୟକ ଜଗଦେବଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବ୍ଲକସମୁଖରେ ପ୍ରବଳ ଭିଡ ହୋଇଥିଲା, ବିଧାୟକଙ୍କ ଗାଡ଼ି ଭିଡ଼ ଭିତରକୁ ହଠାତ୍ ପଶିଆସଥିଲା । ବିଧାୟକଙ୍କ ଗାଡ଼ି ଧକ୍କାରେ ସେଠାରେ ମୃତୟନ ଥିବା ୨ ପୁଲିସ କର୍ମଚାରୀ ସମେତ ୫ଜଣ ଆହତ ହୋଇଛନ୍ତି।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ ତଳେ ପଡ଼ିଯାଇଥିଲେ। ବିଧାୟକଙ୍କୁ ସମର୍ଥକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉତ୍ତ୍ୟକ୍ତ ଲୋକେମାନେ ବିଧାୟକଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୃତୟନ କରାଯାଇଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିନ ୧୦ ରୁ ରାତି ୧୦

Sun Mar 13 , 2022
ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ନବରଙ୍ଗପୁରରେ ମୋତିରାମ ନାୟକ (ନିଜେଡି) ମାଲକାନଗିରିରେ ସମାରି ତାଙ୍ଗୁଲୁ (ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି ।  ଆସନ୍ତା ୧୭ […]

You May Like

Pin It on Pinterest