ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍‌ ପରୀକ୍ଷା ଶେଷହେବ ମେ’ ୭ ରେ…

ଦୀପକ ବେଉରା(କଟକ): ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍‌ ପରୀକ୍ଷା ଏବଂ ମେ’ ୭ ତାରିଖରେ ଶେଷହେବ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରକାଶ କରିଛି ପରୀକ୍ଷା ସୂଚି।ପ୍ରକାଶ ପାଇଥିବା ପରୀକ୍ଷା ସୂଚୀ ଅନୁଯାଇ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା, ମେ ୨ ତାରିଖରେ ଗଣିତ ପରୀକ୍ଷା ହେବ। ଠିକ୍‌ ସେହିପରି ମେ ୪ ତାରିଖରେ ବିଜ୍ଞାନ, ମେ ୫ ତାରିଖରେ ପ୍ରଥମ ଭାଷା, ମେ ୬ ତାରିଖରେ ତୃତୀୟ ଭାଷା ଓ ମେ ୭ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ ।

ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଓ ଉପସଭାପତି ମ୍ୟାଟ୍ରିକ୍‌ ପରୀକ୍ଷା ରୂପରେଖ ବର୍ଣ୍ଣନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ କହିଛନ୍ତି କି ,ଦଶମ ଭୋକେସନାଲ୍‌ ଟ୍ରେଡ୍‌ ଓ ଟିଏଲ୍‌ଭି (ଥାର୍ଡ ଲାଗୁଏଜ୍‌ ଭିଜୁଆଲ୍‌) ଛଡ଼ା ଅନ୍ୟ ସବୁ ପରୀକ୍ଷା ୮୦ ମାର୍କରେ ହେବ। ଦୁଇ ଘଣ୍ଟାର ଏହି ପରୀକ୍ଷା,ସକାଳ ଆଠଟାରୁ ଆରମ୍ଭ ହେବ। ତେବେ ଗଣିତ ପାଇଁ ଅଧିକ ୧୫ ମିନିଟି ଦିଆଯାଇଛି।

ପରୀକ୍ଷା ପାଇଁ ୪ଟି ସେଟ୍‌ ପ୍ରଶ୍ନପତ୍ର କରାଯାଇଛି। ୮୦ ମାର୍କର ପରୀକ୍ଷାରୁ ୫୦ ମାର୍କ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ(ମଲ୍‌ଟିପୁଲ୍‌ ଚଏସ୍‌) ଓ ୩୦ ମାର୍କ ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ। ଅବ୍‌ଜେକ୍ଟିଭ୍‌ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ଓଏମ୍‌ଆର୍‌ ଆନ୍‌ସର୍‌ ସିଟ୍‌ରେ ଦେବେ। ୩୦ ନମ୍ୱରର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ଗୁଡ଼ିକର ଉତ୍ତର ପିଲାମାନେ ପ୍ରଶ୍ନ ସଂଲଗ୍ନ ଉତ୍ତର ଖାତାରେ ଲେଖିବେ। ଜେନେରାଲ୍‌ ସାଇନ୍ସ (ଜିଏସ୍‌ସି) ଓ ସାମାଜିକ ବିଜ୍ଞାନ(ଏସ୍‌ଏସ୍‌ସି)ର ୩୦ ମାର୍କର ସବ୍‌ଜେକ୍ଟିଭ୍‌ ପରୀକ୍ଷା ପାଇଁ ୪ଟି ପ୍ରଶ୍ନ ରହିବ।

ହେଲେ ଅନ୍ୟ ବିଷୟ ଯେପରି କି, ଓଡ଼ିଆ, ଇଂଲିଶ, ଗଣିତ ଓ ତୃତୀୟ ଭାଷା(ସଂସ୍କୃତ ଏବଂ ହିନ୍ଦୀ)ର ୩୦ ମାର୍କର ସବ୍‌ଜେକ୍ଟିଭ୍‌ ପରୀକ୍ଷାରେ ୩ଟି ପ୍ରଶ୍ନ ରହିବ। ବୋର୍ଡ ଉପ-ସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତିକି, ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ, ଜେନେରାଲ୍‌ ସାଇନ୍ସ ଓ ସୋସିଆଲ୍‌ ସାଇନ୍ସ ପାଇଁ ଅଲଗା ଅଲଗା ପ୍ରଶ୍ନ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Mar 15 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୭୭୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୭୮୨ଜଣ ସୁସ୍ଥ ହୋଇଛନ୍ତି ।  ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ […]

You May Like

Pin It on Pinterest